Advertisment

ଅକ୍ଷୟ ତୃତୀୟାରେ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ; ଘୋଷଣା କଲେ ମମତା

ଦୁଇ ଦିନିଆ ଦୀଘା ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ଏଥିସହ ବେଢ଼ା ବୁଲି ଦେଖିଥିଲେ। ପରେ ମନ୍ଦିର ନିର୍ମାଣ ନେଇ ସମୀକ୍ଷା କରିଥିଲେ।

author-image
Manoranjan Sial
Jagannath

Jagannath

ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ଦୀଘାରେ ତିଆରି ଚାଲିଛି ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର। ସମୁଦ୍ର କୂଳରେ ତିଆରି ଚାଲିଥିବା ଏହି ଭବ୍ୟା ମନ୍ଦିର ଆଗାମୀ ଅକ୍ଷୟ ତୃତୀୟାରେ ପ୍ରତିଷ୍ଠା କରାଯିବ। ବିଶିଷ୍ଟ ଅତିଥିଙ୍କ ଗହଣରେ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିସହ ରଥଯାତ୍ରା ମଧ୍ୟ ଆୟୋଜନ କରାଯିବ। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Advertisment

ଦୁଇ ଦିନିଆ ଦୀଘା ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ଏଥିସହ ବେଢ଼ା ବୁଲି ଦେଖିଥିଲେ। ପରେ ମନ୍ଦିର ନିର୍ମାଣ ନେଇ ସମୀକ୍ଷା କରିଥିଲେ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପଶ୍ଚିମବଙ୍ଗ ସରକାର ଦୀଘାଠାରେ ୨୦ ଏକର ଜମିରେ ତିଆରି କରୁଛନ୍ତି ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର। ୨୦୧୯ ମସିହାରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆଉ ୩ ମାସ ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଯିବ। ମହାପ୍ରଭୁଙ୍କ ମନ୍ଦିର ସମେତ ବିମଳା, ରାଧାକୃଷ୍ଣ ଓ ଅନ୍ୟାନ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ସରିଯିବ ବୋଲି ଜଣାପଡ଼ିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀ ସୁଭଦ୍ରାଙ୍କ ବିଗ୍ରହ ନିର୍ମାଣ ସରିଛି। ଏପ୍ରିଲ ୩୦ ତାରିଖ ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment
jagannath Templeଦୀଘା ଜଗନ୍ନାଥ ମନ୍ଦିର

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଭବ୍ୟ ଓ ସୁନ୍ଦର ମନ୍ଦିର ନିର୍ମାଣ କରିବା ପାଇଁ ୩ରୁ ୪ ବର୍ଷ ସମୟ ଲାଗିଛି। ଏହି ମନ୍ଦିରକୁ ପୁରୀ ଶ୍ରୀମନ୍ଦିର ସହିତ ତୁଳନା କରିବୁ ନାହିଁ। କାରଣ ସେହି ମନ୍ଦିର ବହୁ ପୁରାତନ ଓ ରାଜରାଜୁଡ଼ା ଅମଳରୁ ତିଆରି ହୋଇଥିଲା। ହେଲେ ଆମର ଏହି ଜଗନ୍ନାଥ ମନ୍ଦିର ସରକାରୀ ଅର୍ଥରେ ତିଆରି ହୋଇଛି। ବର୍ତ୍ତମାନ ସୁଦ୍ଧା ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ମନ୍ଦିର ପରିଚାଳନା ପାଇଁ ମୁଖ୍ୟଶାସନ ସଚିବଙ୍କ ନେତୃତ୍ୱରେ ଏକ ଟ୍ରଷ୍ଟ ତିଆରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Sri Jagannath Lord Jagannath