Advertisment

ଆଜି ଓଡ଼ିଶା ଆସିବେ ED ନିର୍ଦ୍ଦେଶକ ରାହୁଲ ନବୀନ

୩ ଦିନିଆ ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ।

Ed director

Ed director

Advertisment

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରାହୁଲ ନବୀନ। ଆଜି ସନ୍ଧ୍ୟା ପ୍ରାୟ ୭ ଟା ୫୫ ମିନିଟ୍‌ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାହୁଲ ନବୀନ ପୁରୀ ଗସ୍ତରେ ଯିବେ।

Advertisment

ସେଠାରେ ରାତ୍ରିଯାପନ କରିବା ସହ ବୁଧବାର ସକାଳେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ କଟକ ଆସି  ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି। ପରେ ସେ ଭୁବନେଶ୍ୱରରେ ଥିବା ଇଡି ଅଫିସକୁ ଆସି ଏକାଧିକ ପୁରୁଣା ମାମଲାର ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁନେଇ ଆଲୋଚନା କରିପାରନ୍ତି ଇଡି ନିର୍ଦ୍ଦେଶକ। ଏନେଇ ବରିଷ୍ଠ ଅଧିକାରୀଙ୍କ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଆଲୋଚନା କରିପାରନ୍ତି।

Bhubaneswar Ed Director
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe