Advertisment

ପାର୍ବଣରେ ବାଜିବ ଡିଜେ; କିନ୍ତୁ ଧୀରେ

କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟର ମରାମତି ପ୍ରସଙ୍ଗରେ କଟକ ମହାନଗର ନିଗମ(ସିଏମସି) ଉପରେ ବର୍ଷିଛନ୍ତି ଓଡିଶା ହାଇକୋର୍ଟ। ଭୁଲ ରିପୋର୍ଟ ଦେଲେ ଅଦାଲତ ଅବମାନନା ମାମଲାର ସାମ୍ନା କରିବାକୁ ପଡିବ ବୋଲି କୋର୍ଟ ସିଏମସି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଶୁଣାଇଛନ୍ତି।

undefined

High Court

Advertisment

ପାର୍ବଣ ଋତୁରେ କଟକ ମହାନଗରରେ ଡିଜେ ବାଜିବ। କିନ୍ତୁ ଧୀରେ ବାଜିବ। ଅର୍ଥାତ ୬୫ ଡେସିବଲଠାରୁ ଅଧିକ ଜୋରରେ ଡିଜେ ବାଜି ପାରିବ ନାହିଁ। ଏଥିସହ କଟକ ରାସ୍ତାଘାଟ ମରାମତି ନେଇ ଅସନ୍ତୋଷ ଝାଡ଼ିଛନ୍ତି ଓଡିଶା ହାଇକୋର୍ଟ। ଦଶହରା ପୂର୍ବରୁ ବନ୍ଦ ଓ ଅଚଳ ହୋଇ ପଡିଥିବା ସମସ୍ତ ଷ୍ଟ୍ରିଟ୍‌ ଲାଇଟ ମରାମତି କରିବା ପାଇଁ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।

Advertisment

କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟର ମରାମତି ପ୍ରସଙ୍ଗରେ କଟକ ମହାନଗର ନିଗମ(ସିଏମସି) ଉପରେ ବର୍ଷିଛନ୍ତି ଓଡିଶା ହାଇକୋର୍ଟ। ଭୁଲ ରିପୋର୍ଟ ଦେଲେ ଅଦାଲତ ଅବମାନନା ମାମଲାର ସାମ୍ନା କରିବାକୁ ପଡିବ ବୋଲି କୋର୍ଟ ସିଏମସି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଶୁଣାଇଛନ୍ତି। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଏକାଧିକ ୱାର୍ଡରେ ରାସ୍ତାଘାଟର ମରାମତି କାମ ଶେଷ ହୋଇନାହିଁ। ଆସନ୍ତା ଏକ ସପ୍ତାହ ମଧ୍ୟରେ ସଠିକ ଭାବରେ ସମସ୍ତ ରାସ୍ତାଘାଟର ମରାମତି କାମ ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ରାସ୍ତା ଉପରେ ତୋରଣ ନିର୍ମାଣ ପ୍ରସଙ୍ଗରେ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶରେ କୋହଳ କରିବା ପାଇଁ କେତେକ ପୂଜା କମିଟି ଅନୁରୋଧ କରିଥିଲେ। ତୋରଣ ନିର୍ମାଣ କାମ ଯଥେଷ୍ଟ ଅଗ୍ରଗତି ହୋଇଥିବାରୁ ଏହା ବନ୍ଦ କରିବା କଷ୍ଟକର ବ୍ୟାପାର ବୋଲି କୁହାଯାଇଥିଲା। ଆସନ୍ତା ବର୍ଷରୁ ରାସ୍ତା ଉପରେ ତୋରଣ ନିର୍ମାଣ କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପାଇଁ ମଧ୍ୟ କହିଥିଲେ ପୂଜା କମିଟି। ହେଲେ କୋର୍ଟ ସେହି ଅନୁରୋଧକୁ ଗ୍ରହଣ ନକରି ଲୋକଙ୍କୁ ସମସ୍ୟାରେ ନପକାଇବା ସହ ଧନଜୀବନ ଯେଭଳି ହାନି ନହୁଅ, ସେନେଇ ଧ୍ୟାନ ଦେବାକୁ କହିଛନ୍ତି।

Advertisment

ଆଜିର ଶୁଣାଣିରେ ସିଏମସି କମିସନର, ସିଟି ଇଞ୍ଜିନିୟର, ସ୍ୱାସ୍ଥ୍ୟ ଅଧିକାରୀ, ଆରଏଣ୍ଡବି ଯନ୍ତ୍ରୀ, ଡିସିପି, ଅଗ୍ନି ନିର୍ବାପକ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।

Cuttack High Court Durga Puja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe