Advertisment

ଓଡ଼ିଶା ଆସୁଛି ଡାକ୍ତର ଚିନାରାଙ୍କ ମୃତଦେହ, ଡାକ୍ତରଖାନାରେ ପ୍ରିୟଦର୍ଶିନୀ ଓ ସ୍ୱୀକୃତି, ଡାକ୍ତର ସ୍ୱାଧୀନ ଏବେ ବି ନିଖୋଜ

ୱାୟନାଡ ଭୂସ୍ଖଳନ ଘଟଣାରେ ପ୍ରତିଦିନ ବଢୁଛି ମୃତ୍ୟୁ ସଂଖ୍ୟା। ଆଜି ଏହି ସଂଖ୍ୟା ୩୦୮ରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
Chinara, Paul, Swikriti and Swadhin

Chinara, Paul, Swikriti and Swadhin

Advertisment

କେରଳର ୱାୟନାଡରୁ ଓଡ଼ିଶା ଆସୁଛି ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ। ସଡ଼କ ପଥରେ ଆମ୍ବୁଲାନ୍ସ ଯୋଗେ ତାଙ୍କର ଜଣେ ସମ୍ପର୍କୀୟ ଦାଦା ମୃତଦେହ ଆଣୁଛନ୍ତି। ବିମାନରେ ପାର୍ଥିବ ଶରୀର ନେବା ସମ୍ଭବ ହୋଇପାରିଲାନି। ତେଣୁ ସଡ଼କ ପଥରେ ତାଙ୍କ ମୃତଦେହକୁ ଅଣାଯାଉଛି। କେରଳ ଯାଇଥିବା ଓଡ଼ିଆ ଅଧିକାରୀ ଦିଲୀପ ରାଉତରାୟ ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କ ମୃତଦେହକୁ ପୈତୃକ ଗାଁ ପୁରୀ ଜିଲ୍ଲା ଗୋପ ବ୍ଲକର ପରାଳକୁ ନିଆଯିବ। ସେଠାରେ ତାଙ୍କର ଅନ୍ତିମ ସଂସ୍କାର ହେବ।

Advertisment

ମୃତ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ପାଲ କେରଳର ମେପ୍ପାଡିର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ମୁହଁରେ ଆଘାତ ଲାଗି ଅନେକ କ୍ଷତ ସୃଷ୍ଟି ହୋଇଛି। ସ୍ୱାମୀଙ୍କ ଦେହାନ୍ତ ଖବର ଶୁଣି ସେ ଭାଙ୍ଗି ପଡ଼ିଛନ୍ତି। ତାଙ୍କୁ କାଲି ଡିସଚାର୍ଜ କରାଯାଇପାରେ। ସେହିପରି ଭୂସ୍ଖଳନରେ ଆହତ ହୋଇଥିବା ଅନ୍ୟ ଜଣେ ଡାକ୍ତର ସ୍ୱୀକୃତି ମହାପାତ୍ର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।ତାଙ୍କ ଫୁସଫୁସରେ ମାଟି ଜମା ହୋଇଯାଇଥିଲା। ବ୍ରୋଙ୍କସ୍କୋପି ଜରିଆରେ ସେସବୁ ପ୍ରାୟ କଢ଼ାସରିଛି। ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ଅନ୍ୟପକ୍ଷରେ ସେମାନଙ୍କ ସହିତ ଯାଇଥିବା କଟକ ଏସ୍‌ସିବିର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱାଧୀନ ପଣ୍ଡା ଏବେ ବି ନିଖୋଜ ଅଛନ୍ତି।

ୱାୟନାଡ ଭୂସ୍ଖଳନ ଘଟଣାରେ ପ୍ରତିଦିନ ବଢୁଛି ମୃତ୍ୟୁ ସଂଖ୍ୟା। ଆଜି ଏହି ସଂଖ୍ୟା ୩୦୮ରେ ପହଞ୍ଚିଛି। ୪ ଦିନ ହେଲାଣି ଚାଲିଛି ଉଦ୍ଧାର କାର୍ଯ୍ୟ।NDRF, SDRF, ସେନା ଓ ଅନେକ ସ୍ୱେଚ୍ଛାସେବୀ ଏଥିରେ ସାମିଲ୍ ହୋଇଛନ୍ତି। ପ୍ରତିକୂଳ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ସେମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ମାଟି ଅତଡ଼ା ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର ପାଇଁ କରୁଛନ୍ତି ଅହରହ ପ୍ରୟାସ। ମାଟି ତଳେ ଥିବା ଜୀବନର ସନ୍ଧାନ ପାଇଁ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି। ଅନ୍ୟପଟେ ଦୁର୍ଘଟଣାର ୪ ଦିନ ପରେ ମାଟି ତଳେ ପୋତି ହୋଇଥିବା ୪ ଜଣ ଲୋକଙ୍କୁ ଆଜି ସେନାର ଯବାନ ଜୀବନ୍ତ ଉଦ୍ଧାର କରିଛନ୍ତି। ସେମାନଙ୍କ ଭିତରେ ୨ ଜଣ ମହିଳା ଅଛନ୍ତି।

Advertisment
Land Slide Wayanad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe