Advertisment

ରୋଗୀଙ୍କୁ ଦେଖି ଚିହିଙ୍କି ଉଠିଲେ ଡାକ୍ତର; ପ୍ରେସକିପସନ୍‌କୁ ୩ ଖଣ୍ଡ କରିଦେଲେ

ରାତି ଅଧରେ ଜଣେ ଅସୁସ୍ଥ ବୃଦ୍ଧଙ୍କୁ ଧରି ଆସିଥିବା ପରିବାର ଲୋକଙ୍କ ଉପରେ ବର୍ଷିଛନ୍ତି ଡାକ୍ତର ଶୁଭମ୍ ଚୌଧୁରୀ । ଚିକିତ୍ସା କରିବେ କ’ଣ ତାଙ୍କ ପ୍ରେସକ୍ରିପସନ୍ ଚିରି ମାରିବାକୁ ଉଦ୍ୟକ୍ତ ହୋଇଥିଲେ ଡାକ୍ତର।

author-image
Niharika Rout
ଅଦ୍ୟତନ ହୋଇଛି
doctor

doctor

ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । ଦେହ ଖରାପ ହେଲେ ରୋଗୀକୁ ଧରି ପରିବାର ଲୋକେ ମେଡିକାଲ ଧାଇଁ ଆସିଥାନ୍ତି। ଡାକ୍ତରଙ୍କ ଚିକିତ୍ସା ଦ୍ୱାରା ରୋଗୀଟି ଭଲ ହୋଇଯିବ ବୋଲି ସେମାନେ ଆଶା ରଖିଥାନ୍ତି। ମାତ୍ର ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏହାର ଓଲଟା ଚିତ୍ର।

Advertisment

ରାତି ଅଧରେ ଜଣେ ଅସୁସ୍ଥ ବୃଦ୍ଧଙ୍କୁ ଧରି ଆସିଥିବା ପରିବାର ଲୋକଙ୍କ ଉପରେ ବର୍ଷିଛନ୍ତି ଡାକ୍ତର ଶୁଭମ୍ ଚୌଧୁରୀ । ଚିକିତ୍ସା କରିବେ କ’ଣ ତାଙ୍କ ପ୍ରେସକ୍ରିପସନ୍ ଚିରି ମାରିବାକୁ ଉଦ୍ୟକ୍ତ ହୋଇଥିଲେ ଡାକ୍ତର। ଏଥିସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାକୁ ବି ସେ ପଛାଇ ନ ଥିବା ରୋଗୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରେସକିପସନ୍‌ ଚିରିଥିବା ଅଭିଯୋଗକୁ ଡାକ୍ତର ସ୍ୱୀକାର କରିଛନ୍ତି। 

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବୌଦ୍ଧ ବଗିଚାସାହିର ୬୦ବର୍ଷ ବୟସ୍କ ସନ୍ତୋଷ ପଟ୍ଟନାୟକଙ୍କର ଦେହ ଅସୁସ୍ଥ ହେବାରୁ ୩ ଦିନ ତଳେ ତାଙ୍କୁ  ମେଡିକାଲରେ ଭର୍ତ୍ତି କରିଥିଲେ। ସୁସ୍ଥ ହେବାରୁ ସେ ଘରକୁ ଫେରିଥିଲେ।

Advertisment

ମାତ୍ର ଗତକାଲି ରାତି ୧୧ଟାରେ ପୁଣିଥରେ ତାଙ୍କ ଦେହ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ରୋଗୀଙ୍କ ପରିବାର ସଦସ୍ୟ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ପୂର୍ବ ପ୍ରେସକିପସନ୍‌ ଦେଖାଇ ତାଙ୍କର ବ୍ଲଡ ପ୍ରେସର ଚେକ୍‌ କରି ଚିକିତ୍ସା କରିବାକୁ ଅନୁରୋଧ କରିଥିଲେ। ତେବେ ଡାକ୍ତର ପୂର୍ବ ପ୍ରେସକ୍ରିପସନ ଅନୁସାରେ ରୋଗୀଙ୍କୁ ବ୍ଲଡ ପ୍ରେସର ଔଷଧ ଦିଆଯିବନାହିଁ କହି ରାଗରେ ପ୍ରେସକ୍ରିପସନକୁ ଚିରି ଦେଇଥିଲେ।

Patientଡାକ୍ତରଙ୍କ ଦ୍ୱାରା ର୍ଦୁବ୍ୟବହାରର ଶିକାର ହୋଇଥିବା ରୋଗୀ

ଏତେ ରାତିରେ ବ୍ଲଡ ପ୍ରେସର ଚେକ୍‌ କରାଯାଇ ପାରିବ ନାହିଁ ବୋଲି କହି ସହ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବାଡେଇବାକୁ ଧମକ ଦେଇଥିଲେ। ଏହାପରେ ସିକ୍ୟୁରିଟି ଗାର୍ଡଙ୍କ ଦ୍ଵାରା ସେମାନଙ୍କୁ ବାହାରକୁ ତଡି ଦେଇଥିଲେ। ଏପରିକି ସେମାନଙ୍କୁ ତଡ଼ି ମେଡିକାଲ ଗେଟ୍‌ରେ କିଛି ସମୟ ପାଇଁ ତାଲା ପକାଯାଇଥିବା ପରିବାର ଲୋକେ କହିଛନ୍ତି। 

ଏହାକୁ କେନ୍ଦ୍ରକରି ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଘଟଣାକୁ ପ୍ରଶମିତ କରିବା ପାଇଁ ଡାକ୍ତରଖାନାର ଅନ୍ୟଜଣେ ବରିଷ୍ଠ ଡାକ୍ତର ନିଜେ ରୋଗୀଙ୍କୁ ପରୀକ୍ଷା କରି ଆଡମିଟ କରାଇବାରୁ ସ୍ଥିତି ଶାନ୍ତ ହୋଇଥିଲା।

ଏନେଇ ବୃଦ୍ଧ ସନ୍ତୋଷ ପଟ୍ଟନାୟକଙ୍କ ଝିଅ କହିଛନ୍ତି, ଆମେମାନେ ବାପାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ ଆଣିଥିଲୁ। ମାତ୍ର ଡାକ୍ତର ଶୁଭମ୍‌ ଚଉଦିରୀ ବାପାଙ୍କୁ ଖୁବ୍‌ ଅଭଦ୍ରାମୀର ସହ କଥା ହେଲେ, ମାଡ଼ ମାରିବାର ଧମକ ଦେଲେ। ପ୍ରେସକ୍ରିପସନକୁ ୩ ଖଣ୍ଡ କରିଦେଲେ। ଏପରିକି ଚାପୁଡ଼ା ମାରିଲେ ଏଠାରୁ ପଳାଇବୁ ବୋଲି କହିବା ସହ ଆମମାନଙ୍କୁ ଗେଟ୍‌ ଆଉଟ୍‌ କହିବାକୁ ପଛାଇ ନାହାନ୍ତି। ଡାକ୍ତର ଯଦି ଏପରି ବ୍ୟବହାର କରିବେ ତା’ ହେଲେ ଆମେ ରୋଗୀକୁ ଧରି କେଉଁଠିକୁ ଯିବୁ। ଯଦି ଡାକ୍ତର ପ୍ରେସକିପସନ୍‌ ଚିରି ଦେବେ, ତେବେ ଚିକିତ୍ସା କିଏ କରିବ। ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି  କରିଛନ୍ତି। 

ଏନେଇ ଡାକ୍ତର ଶୁଭମ ଚୌଧୁରୀ କହିଛନ୍ତି, ପୂର୍ବରୁ ଉକ୍ତ ରୋଗୀଙ୍କୁ ଚିକିତ୍ସା କରିଥିବା ବେଳେ ବ୍ଲଡପ୍ରେସର ମେଡିସିନ ଲେଖିଥିଲି। ମାତ୍ର ସେ ମେଡିସିନ ନେଇ ନାହାନ୍ତି କି ଖାଇ ନାହାନ୍ତି। ଏହାପରେ ଗତ ରାତିରେ ଆସି ରକ୍ତଚାପ ମାପି ଆଡମିଟ କରିବାକୁ କହିଥିଲି। ଏଥିରେ ମୁଁ ରାଗିଯାଇ ତାଙ୍କ ପ୍ରେସକିପସନ୍‌ ଚିରି ଦେଇଥିଲି। ଏହାପରେ ସେମାନେ ରାଗି ମୋତେ ବହୁ ଗାଳିଗୁଲଜ କରିଥିଲେ। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ମେଲ୍‌ ଯୋଗେ ଅବଗତ କରିଛି। 

Medical Negligence Boudh Neglate TreatMent