Advertisment

ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର: ମୋବାଇଲ ଫ୍ଲାଶ ଲାଇଟ୍‌ରେ ରୋଗୀଙ୍କ ଚିକିତ୍ସା

ମେଡିକାଲ ଅଧିକାରୀ ଚିତ୍ତରଞ୍ଜନ ବେହେରା ଫୋନ ଯୋଗେ "ଡିଜି ଷ୍ଟାର୍ଟ ହେଉନଥିବା" କହି ସରକାରୀ ଅବହେଳା ଉପରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି।

Health care

Health care

Advertisment

ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛି ସ୍ୱାସ୍ଥ୍ୟ ବିଭାଗ। ଶକ୍ତି ବିଭାଗର ଶକ୍ତିହୀନତା। ଖୋଦ ମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ଏବେ ସାମ୍ନାକୁ ଆସିଛି। ରାଜ୍ୟରେ ଶକ୍ତିଶାଳୀ 5T ବ୍ୟବସ୍ଥା ରହିଛି। ଟିମ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟାଇମ ଲିଡିଙ୍ଗ ଓ ଟ୍ରାନ୍ସଫରମେସନ କଥା କୁହାଯାଇଛି। କିନ୍ତୁ 5T ଵ୍ୟଵସ୍ଥା ମଧ୍ୟରେ ଥିବା ସ୍ୱାସ୍ଥ୍ୟ ଓ ବିଦ୍ୟୁତ(ଶକ୍ତି) ବିଭାଗ ମଧ୍ୟରେ ତାଳମେଳ ରହୁ ନାହିଁ। ଯେଉଁଥିପାଇଁ ମୋବାଇଲ ଫ୍ଲାଶ ଲାଇଧଟ୍‌ରେ ହୋଇଛି ରୋଗୀ ସେବା।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଏମିତି ଏକ ଚିତ୍ର। ୫୩ ନଂ ଜାତୀୟ ରାଜପଥ ନିକଟରେ ଅବସ୍ଥିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ଲକର ୨୬ଟି ପଞ୍ଚାୟତ ସମେତ ପଡ଼ୋଶୀ ଯାଜପୁର ଜିଲ୍ଲାରୁ ରୋଗୀ ଆସିଥାନ୍ତି। ବିଭିନ୍ନ ସମୟରେ ଅନେକ ଲୋକ ଦୁର୍ଘଟଣା ଗ୍ରସ୍ତ ହୋଇ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୁଅନ୍ତି।

କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ମନମାନୀ ପାଇଁ ଏବେ ବିପଦରେ ଜୀବନ। ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ବ୍ୟବସ୍ଥାକୁ ଦେଖିଲେ ଯେ କେହି ବି ଚିନ୍ତା ପଡ଼ିଯିବ ଯେ ରାଜ୍ୟରେ ସତରେ କ’ଣ 5T ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗକୁ ଗୁରୁତ୍ଵ ଦିଆଯାଉଛି? ଯଦି ଦିଆଯାଉଛି, ତା’ହେଲେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ବାଦ ପଡ଼ିଲା କେମିତି?

Advertisment

ଏଠାରୁ ଆସିଥିବା ଗୋଟିଏ ଦୃଶ୍ୟ ସମସ୍ତଙ୍କୁ ଆନ୍ଦୋଳିତ କରିଛି। କାରଣ ଅନ୍ଧାରରେ ମୋବାଇଲ ଟର୍ଚ୍ଚ ଲାଇଟ୍ ପକାଇ ରୋଗୀଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ। ମଙ୍ଗଳବାର ରାତିରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରଶାନ୍ତ ସେଠୀ ନାମକ ଜଣେ ଯୁବକ ଜାତୀୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଡେରାବିଶ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା।

ତାଙ୍କ ଆହତ ସମସ୍ୟା ଗୁରୁତର ଥିଲେ ହେଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଜରୁରୀକାଳୀନ ଚିକିତ୍ସା ବା ପ୍ରାଥମିକ ଚିକିତ୍ସା ଟର୍ଚ୍ଚ ଆଲୁଅରେ କରାଯାଇଥିଲା।

କେବଳ ଜଣେ ନୁହନ୍ତି, କୁରୁଜଙ୍ଗା ପଞ୍ଚାୟତର ଜଣେ ବରିଷ୍ଠ ନାଗରିକ ଶ୍ରୀଧର ସାମଲ ମଧ୍ୟ ରାତିରେ ଅସୁସ୍ଥ ହୋଇ ଚିକିତ୍ସିତ ହେବାକୁ ଏଠାକୁ ଆସିଥିଲେ। ବିଜୁଳି ନଥିବାରୁ ଡାକ୍ତର ଅନ୍ଧାରରେ ମୋବାଇଲ ଫ୍ଲାଶଲାଇଟ୍ ମାରି ପ୍ରେସକ୍ରିପ୍ସନ ଲେଖିବାକୁ ବାଧ୍ୟ ହୋଇଥିଲେ। ମଙ୍ଗବାର ରାତି ତମାମ ଏଠାକୁ ଆସିଥିବା ସବୁ ରୋଗୀଙ୍କ ଚିକିତ୍ସା ଟର୍ଚ୍ଚ ଆଲୁଅରେ ହିଁ କରାଯାଇଥିଲା।

୨୬ଟି ପଞ୍ଚାୟତର ଅନ୍ୟୁନ ୧ ଲକ୍ଷରୁ ଅଧିକ ଲୋକ ନିର୍ଭର କରୁଥିବା ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜରୁରୀକାଳୀନ ସେବା କରିବା ପାଇଁ ଡିଜି ସେଟ ବା ଜେନେରେଟର ନାହିଁ। କିନ୍ତୁ ମେଡିକାଲ ଅଧିକାରୀ ଚିତ୍ତରଞ୍ଜନ ବେହେରା ଫୋନ ଯୋଗେ "ଡିଜି ଷ୍ଟାର୍ଟ ହେଉନଥିବା" କହି ସରକାରୀ ଅବହେଳା ଉପରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି।

ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ମେଡିକାଲରେ ଡିଜି ନାହିଁ। ସେ ଜେନେରେଟର ସେଟ ଭଡ଼ାରେ ଆଣିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ କହିଥିଲେ ବୋଲି ସୂଚନା ଦେଇଛନ୍ତି।

ଖୋଦ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଜିଲ୍ଲାରେ ବିଦ୍ୟୁତ୍ ସେବା ବ୍ୟାଘାତ ଓ ସେବା ଟିକକ ପାଇଁ ପ୍ରାୟ ୧୪ ଘଣ୍ଟାରୁ ଅଧିକ ସମୟ ଧରି ବିଜୁଳି ସେବା ବନ୍ଦ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବଜୁଳି କାଟ ଯୋଗୁ ଅନେକ ଜରୁରିକାଳୀନ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଛି।

Odisha Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe