Advertisment

ପିକ୍‌ ଆୱାରରେ ଘରୁ ନ ବାହାରିବାକୁ ପରାମର୍ଶ, ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଯିଏ ନିୟମ ଉଲ୍ଲଘଂନ କରିବ ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।

ଅଦ୍ୟତନ ହୋଇଛି
Heat Wave

Heat Wave

Advertisment

ରାଜ୍ୟରେ ଗତକାଲି ୧୬ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ବେଳେ ପ୍ରଶାସନର ଚେତା ପଶିଛି। ଏବେ ପ୍ରବଳ ଖରା ଜନଜୀବନକୁ କଲବଲ କରୁଥିବା ବେଳେ ପିକ୍‌ ଆୱାରରେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଯିଏ ନିୟମ ଉଲ୍ଲଘଂନ କରିବ ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।

Advertisment

ଅସ୍ୱାଭାବିକ ମୃତ୍ୟୁ ଯୋଗୁ ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ଗୋଟିଏ ଦିନରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା। ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ୪ ଜଣଙ୍କର ଜୀବନ ଯାଇଛି। ଏହି ଅସ୍ୱାଭାବିକ ମୃତ୍ୟୁ ଅଂଶୁଘାତ ଯୋଗୁ ହୋଇଛି ନା ଏହା ପଛରେ ଅନ୍ୟ କାରଣ ଅଛି ତାହା ସ୍ପଷ୍ଟ ହୋଇ ନାହିଁ।

ତେବେ ଏବେ ପ୍ରବଳ ଖରା ହେଉଥିବାରୁ ସତର୍କତା ସ୍ୱରୂପ ବାହାରକୁ ନ ଯିବାକୁ SRC ପରାମର୍ଶ ଦେଇଛନ୍ତି । ଗତକାଲି ମୃତ୍ୟୁର ଶିକାର ହୋଇଥିବା ବ୍ୟକ୍ତି ମୁଖ୍ୟତଃ ଶ୍ରମିକ ଶ୍ରେଣୀର ବୋଲି ଜଣାଯାଇଛି। ସେମାନେ ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ ଟା ମଧ୍ୟରେ ବାହାରେ କାମ କରୁଥିବା ବେଳେ ଅଚାନକ ସେମାନଙ୍କ ଶରୀର ଅସୁସ୍ଥ ହୋଇ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହା ଅଂଶୁଘାତଜନିତ ମୃତ୍ୟୁ ନା ନୁହେଁ ତାହାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଟିମ୍‌କୁ ମଦ୍ୟ ପଠାଯାଇଛି। ସେମାନଙ୍କ ରିପୋର୍ଟ ଆସିବା ପରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେବ ।

Advertisment

ବର୍ତ୍ତମାନ ସ୍କୁଲ,କଲେଜ ବନ୍ଦ ଥିବା ବେଳେ, ନିର୍ବାଚନୀ ପ୍ରକ୍ରିୟ ସରି ଯାଇଛି। ତେଣୁ ପିକ୍‌ ଆୱାରରେ ଘରୁ ନ ବାହାରିବା ଉଚିତ। ସକାଳେ କିମ୍ବା ସନ୍ଧ୍ୟାରେ ଆମେ ସବୁ କାମ କରିନେବା ଉଚିତ । ପ୍ରଚାର କରି ଲୋକଙ୍କୁ ଏନେଇ ସଚେତନ କରାଯାଉଛି। ଏଥିନିମନ୍ତେ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାସତ୍ତ୍ୱେ ଲୋକେ ନିୟମ ନ ମାନିଲେ।

ଅସ୍ବାଭାବିକ ମୃତ୍ୟୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ସୂଚନା ଦେଇ କହିଛନ୍ତି, କେବଳ ରାଉରକେଲାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଅନ୍ୟ ରୋଗରେ ପୀଡ଼ିତ ଥିଲେ । ସମସ୍ତ ମୃତଦେହର ପୋଷ୍ଟମର୍ଟମ କରାଯିବ । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ରାଜ୍ୟସ୍ତରୀୟ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ । ହିଟ୍‌ୱେଭ୍‌ ଚାଲିଥିବାରୁ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। 

Heat Wave Heat Wave In Odisha Unnatural Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe