Advertisment

ଉପକୂଳ ରାଜପଥ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ ହୋଇନି: ପୂର୍ତ୍ତ ମନ୍ତ୍ରୀ

ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ,  କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଉପକୂଳ ରାଜପଥ ଦୁଇ ଭାଗରେ ବିଭକ୍ତ ହୋଇଛି ଯାହାକି ଟାଙ୍ଗୀଠାରୁ ରତନପୁର ଓ ରତନପୁର-ଦୀଘା ପର୍ଯ୍ୟନ୍ତ ନିର୍ମାଣ ହେବ ।

Coastal Highway

Coastal Highway

Advertisment

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ  ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ପାଇଁ ଡିପିଆର(ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନି କି ଏହି ପ୍ରକଳ୍ପ ଅନୁମୋଦନ ଲାଭ କରିନି ବୋଲି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି ।

Advertisment

ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ,  କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଉପକୂଳ ରାଜପଥ ଦୁଇ ଭାଗରେ ବିଭକ୍ତ ହୋଇଛି ଯାହାକି ଟାଙ୍ଗୀଠାରୁ ରତନପୁର ଓ ରତନପୁର-ଦୀଘା ପର୍ଯ୍ୟନ୍ତ ନିର୍ମାଣ ହେବ । ତେବେ ଟାଙ୍ଗୀଠାରୁ ରତନପୁର ପର୍ଯ୍ୟନ୍ତ ପ୍ରସ୍ତାବିତ ଉପକୂଳ ରାଜପଥ ଜାତୀୟ ରାଜମାର୍ଗ ପ୍ରାଧିକରଣ(ଏନଏଚଏଆଇ)ଙ୍କ ଭୂମି ଅଧିଗ୍ରହଣ କମିଟିର ଅନୁମୋଦନ ଲାଭ କରିଛି । ପ୍ରକଳ୍ପ ପାଇଁ ମୋଟ ୪୮୨ ହେକ୍ଟର ଜମି ଅଧିଗ୍ରହଣ ନିମନ୍ତେ ଥ୍ରୀ-ଡି ବିଜ୍ଞପ୍ତି ହୋଇଛି । ଜଗତସିଂହପୁର ଜିଲ୍ଲା ମଧ୍ୟରେ ଯାଉଥିବା ଆଲାଏନମେଂଟର ଅନୁମୋଦନ ଏବେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିଚାରାଧୀନ ରହିଚି । ଉକ୍ତ ପ୍ରକଳ୍ପର ଆନୁମାନିକ ବ୍ୟୟ ଅଟକଳ ୪୮୭୩କୋଟି ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଡିପିଆର ପ୍ରସ୍ତୁତି ପରେ ଏହା ନିର୍ଦ୍ଦିଷ୍ଟ ହୋଇପାରିବ । ପ୍ରକଳ୍ପ ଅନୁମୋଦନ ହେଲା ପରେ ହିଁ ଏହାର ନିର୍ମାଣ ସମୟସୀମା ଧାର୍ଯ୍ୟ ହେବ ।

ସେହିପରି ରତନପୁରଠାରୁ ଦୀର୍ଘା ପର୍ଯ୍ୟନ୍ତ ପ୍ରସ୍ତାବିତ ଉପକୂଳ ରାଜପଥର ଅନୁମୋଦନ ଜାତୀୟ ରାଜମାର୍ଗ ପ୍ରାଧିକରଣଙ୍କ ଭୂମି ଅଧିଗ୍ରହଣ କମିଟିର ବିଚାରାଧୀନ ରହିଛି । ଆବଶ୍ୟକ ଅନୁମୋଦନ ମିଳିବା ପରେ ବ୍ୟୟ ଅଟକଳ, ଜମି ଅଧିଗ୍ରହଣ ଓ ପ୍ରକଳ୍ପ ନିର୍ମାଣ ସମୟସୀମା ସ୍ଥିରୀକୃତ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଜି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ।

Advertisment

ସୂଚନାଯୋଗ୍ୟ, ଜାତୀୟ ରାଜପଥ ପ୍ରାଧିକରଣ ଗତ ଜୁଲାଇ ୩୧ ତାରିଖରେ ଏରସମା-ରତନପୁର(୧୩୪କିମିରୁ ୧୭୭କିମି), ପୁରୀ-କାକଟପୁର(୪୭.୦୫୦କିମିରୁ ୯୧.୬୦୦କିମି) ଏବଂ ରାମେଶ୍ୱରରୁ ପୁରୀ(୦ରୁ ୪୭.୦୫୦କିମି) ପ୍ରସ୍ତାବିତ ଉପକୂଳ ରାଜପଥ ନିର୍ମାଣର ଟେଣ୍ଡରକୁ ବାତିଲ କରିଦେଇଥିଲେ ।

Coastal Highway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe