Advertisment

ଓଡ଼ିଶା ଫେରିଲେ ଡାକ୍ତର ସ୍ୱୀକୃତି ମହାପାତ୍ର, ୱାୟନାଡ ଭୂସ୍ଖଳନରେ ଗୁରୁତର ଆହତ ହୋଇଥିଲେ

କେରଳର ୱାୟନାଡରେ ଗତ ଜୁଲାଇ ମାସରେ ଘଟିଥିବା ସେହି ଅବର୍ଣ୍ଣନୀୟ ଭୂସ୍ଖଳନରେ ସ୍ୱୀକୃତିଙ୍କ ସହ ଫସି ଯାଇଥିଲେ ୪ ଓଡ଼ିଆ।

author-image
Jitendra Garnayak
Swikriti Mohapatra

Swikriti Mohapatra

ଓଡ଼ିଶା ଫେରିଲେ ୱାୟନାଡ ଭୂସ୍ଖଳନରେ ଆହତ ହୋଇ ସେଠାରେ ଚିକିତ୍ସିତ ହେଉଥିବା ଡାକ୍ତର ସ୍ୱୀକୃତି ମହାପାତ୍ର। ସୁସ୍ଥ ହେବା ପରେ ସେ ତାଙ୍କ ଭଉଣୀଙ୍କ ସହ ଝାରସୁଗୁଡ଼ା ଫେରିଛନ୍ତି।

Advertisment

କେରଳର ୱାୟନାଡରେ ଗତ ଜୁଲାଇ ମାସରେ ଘଟିଥିବା ସେହି ଅବର୍ଣ୍ଣନୀୟ ଭୂସ୍ଖଳନରେ ସ୍ୱୀକୃତିଙ୍କ ସହ ଫସି ଯାଇଥିଲେ ୪ ଓଡ଼ିଆ। ଏଥିରେ କଟକ ଚୌଦ୍ୱାର ଅଞ୍ଚଳର ବାସିନ୍ଦା ତଥା ଡାକ୍ତର ବିଷ୍ଣୁ ଚିନାରାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀ ଆହତ ହୋଇଥିଲେ। ତେବେ ସେ ସୁସ୍ଥ ହୋଇ ପୂର୍ବରୁ ଓଡ଼ିଶା ଫେରି ଆସିଛନ୍ତି। ଗୁରୁତର ହୋଇ କେରଳରେ ଚିକିତ୍ସାଧୀନ ଥିଲେ ଡାକ୍ତର ସ୍ୱୀକୃତି ମହାପାତ୍ର। ଅନ୍ୟପକ୍ଷରେ ଅନ୍ୟତମ ନିଖୋଜ ଡାକ୍ତର ତଥା ସ୍ୱୀକୃତିଙ୍କ ବନ୍ଧୁ ସ୍ୱାଧୀନ ପଣ୍ଡାଙ୍କର ଏଯାଏଁ ଖୋଜଖବର ମିଳିନି। 

 ୱାୟନାଡର ଭୟଙ୍କର ଭୂସ୍ଖଳନରେ ୪୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯୭ ଜଣ ଆହତ ହୋଇଛନ୍ତି ଓ ୧୧୮ ଜଣ ଏବେ ବି ନିଖୋଜ ଅଛନ୍ତି। 

Advertisment
Wayanad Landslide