Advertisment

ଏସସିବି ପୋଷ୍ଟମର୍ଟମ ଗୃହରେ ଲହଡ଼ି ଭାଙ୍ଗୁଛି ଡ୍ରେନ୍ ପାଣି, ବନ୍ଦ ରହିଛି ଶବ ବ୍ୟବଚ୍ଛେଦ

ଏସସିବିରେ ପ୍ରତିଦିନ ୪୦ ୫୦ ଶବବ୍ୟବଚ୍ଛେଦ କରାଯାଇଥାଏ।

author-image
Tapaswini Nayak
ଅଦ୍ୟତନ ହୋଇଛି
Scb medical

Scb medical

କଟକ ଏସସିବିରେ ବନ୍ଦ ରହିଛି ଶବ ବ୍ୟବଚ୍ଛେଦ। ପୋଷ୍ଟମର୍ଟମ ଗୃହ ବାହାରେ ଏବଂ ଭିତରେ ନର୍ଦ୍ଦମା ପାଣି ଲହଡ଼ି ଭାଙ୍ଗୁଥିବା ଯୋଗୁ ବ୍ୟବଚ୍ଛେଦ ବନ୍ଦ ରହିଛି। ସକାଳ ୯ଟାରୁ ଆରମ୍ଭ ହେବାକୁ ଥିବା ଶବ ବ୍ୟବଚ୍ଛେଦ ବର୍ତ୍ତମାନ ଯାଏ ବନ୍ଦ ପଡିଛି। ବାହାରେ ଟ୍ରଲିରେ ଶବଗୁଡିକ ପଡିରହିଥିବା ଦେଖିବାକୁ ମିଳିଛି।

Advertisment

ଏସସିବିରେ ପ୍ରତିଦିନ ୪୦ ୫୦ ଶବବ୍ୟବଚ୍ଛେଦ କରାଯାଇଥାଏ। ଏସସିବିରେ ଏହି ଅବ୍ୟବସ୍ଥା ଆଜିର ନୁହେଁ, ବାରମ୍ବାର ବାରମ୍ବାର ନର୍ଦ୍ଦମା ପୋଷ୍ଟମର୍ଟମ ଗୃହ  ପଶିଥାଏ ବୋଲି ଅଭିଯୋଗ ହୋଇଛି। ଗତକାଲିଠୁ ପୋଷ୍ଟମର୍ଟମ  ଗୃହରେ ଏପରି ବ୍ୟବସ୍ଥା ଦେଖାଯାଇଥିବା ସୂଚନା ରହିଛି।  

ଜଣେ ସାମାଜିକ କର୍ମୀ କହିଛନ୍ତି, ଏହି ଆଜିର ଘଟଣା ନୁହେଁ। ୨୦ରୁ ୨୫ ବର୍ଷ ପୋଷ୍ଟମର୍ଟମ  ଗୃହରେ ନର୍ଦ୍ଦମା ପାଣି ପଶୁଛି ବୋଲି ଆମେ ଦେଖି ଆସୁଛୁ। ଡାକ୍ତରମାନେ ଶବ ବ୍ୟବଚ୍ଛେଦ କରିବା ପାଇଁ ଆସିବାବେଳେ ପେଣ୍ଟ ଟେକି ଟେକି ଆସିଥାନ୍ତି। ଏହି ନର୍ଦ୍ଦମା ପାଣିରେ ମଇଳା ଭାସୁଛି। ସରକାର ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବ ବୋଲି ଡେଙ୍ଗୁରା ପିଟୁଛି। ଏସସିବିରେ ଏପରି ଅବ୍ୟବସ୍ଥା ଦେଖିବା ପରେ କିପରି ବିଶ୍ୱସ୍ତରୀୟ ହେବ ସେ ନେଇ ସ୍ପଷ୍ଟ ବାରି ହେଉଛି।

Advertisment
Cuttack Scb Medical