Advertisment

ପୂରଣ ହେଲା ନୀଳଗିରିବାସୀଙ୍କ ସ୍ୱପ୍ନ

ଟ୍ରେନଟି ପ୍ରତିଦିନ ତିନି ଥର ନୀଳଗିରିରୁ ବାଲେଶ୍ୱରକୁ ଯିବା ଆସିବା କରିବ।

ଅଦ୍ୟତନ ହୋଇଛି
Train

Train

Advertisment

ନୀଳଗିରିରୁ ବାଲେଶ୍ୱରକୁ ଆଜିଠାରୁ ଗଡ଼ିଲା ପାସେଞ୍ଜର ଟ୍ରେନ। ଆଉ ପୂରଣ ହେଲା ନୀଳଗିରିବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ। ନୀଳଗିରି ଗୋପୀନାଥପୁର ନିକଟରେ ନବ ନିର୍ମିତ ରେଳ ଷ୍ଟେସନରୁ ଗଡ଼ିଛି ଟ୍ରେନ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ସଙ୍କେତ ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରଛନ୍ତି।

Advertisment

ଟ୍ରେନଟି ପ୍ରତିଦିନ ତିନି ଥର ନୀଳଗିରିରୁ ବାଲେଶ୍ୱରକୁ ଯିବା ଆସିବା କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ନୀଳଗିରିରୁ ଭୁବନେଶ୍ୱର ଓ କୋଲକାତାକୁ ଟ୍ରେନ ଚଳାଚଳ ଲାଗି ଯୋଜନା ରହିଛି।

ନୀଳଗିରିରୁ ଟ୍ରେନ୍ ଗଡ଼ିବା ପ୍ରସଙ୍ଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବତନ ଦୁଇ କଂଗ୍ରେସ ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। କାହ୍ନୁ ଲେଙ୍କା ଓ ଶ୍ରୀକାନ୍ତ ଜେନାଙ୍କୁ ସମାଲୋଚନା କରି ସେ କହିଛନ୍ତି, ଉଭୟଙ୍କର ଯଦି କରିବାର ଇଚ୍ଛା ଥାଆନ୍ତା, କରି ନଥା’ନ୍ତେ କି? କିଛି ଲୋକ ଅଛନ୍ତି, ଯେଉଁମାନଙ୍କର ଓଡ଼ିଶାର ବିକାଶ ପାଇଁ ଆଦୌ ଇଚ୍ଛାଶକ୍ତି ନାହିଁ। ଓଡ଼ିଶାର ବିକାଶ ପାଇଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ସଂକଳ୍ପ ନେଇଛନ୍ତି। ମୋଦି ଯାହା ସ୍ୱପ୍ନ ଦେଖନ୍ତି, ତାକୁ ସାକାର କରନ୍ତି।

Advertisment

ଏହି ଅବସରରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ନୀଳଗିରି ଭଳି ଏକ ଛୋଟ ସ୍ଥାନ ଭାରତ ରେଳ ମାନଚିତ୍ରରେ ସ୍ଥାନ ପାଇଲା। ତାହା ଆମ ସମସ୍ତଙ୍କ ପାଇଁ ଖୁସି ଖବର।

Train Indian Railway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe