Advertisment

ପାଣି ସଙ୍କଟ ପାଇଁ ଶାଶୁଘର ଛାଡ଼ିଦେଲା ବୋହୂ

ପାଣି ଟୋପେ ପାଇଁ ଏଠି ମାଇଲ୍ ମାଇଲ୍ ବାଟ ଯାଇ ପାଣି ଯୋଗାଡ଼ କରୁଛନ୍ତି ଗାଁର ମହିଳା।

ଅଦ୍ୟତନ ହୋଇଛି
 Keonjhar

Keonjhar

Advertisment

କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକ ଅନ୍ତର୍ଗତ କାଠକଟା ଗାଁ। ଏମିତିରେ ନାହିଁ ନାହିଁରେ ଚାଲିଛି ଗାଁର ଅବସ୍ଥା। ମାତ୍ର ସବୁଠୁ ବଡ଼ କଷ୍ଟ ପାଲଟିଛି ଜଳ। ଜଳ କଷ୍ଟରେ ଦୀର୍ଘ ବର୍ଷ ହେଲା ଘାଣ୍ଟି ହେଉଛନ୍ତି ଲୋକେ। ପାଣି ଟୋପେ ପାଇଁ ଏଠି ମାଇଲ୍ ମାଇଲ୍ ବାଟ ଯାଇ ପାଣି ଯୋଗାଡ଼ କରୁଛନ୍ତି ଗାଁର ମହିଳା।

Advertisment

ଗାଁର କୂଅ ଶୁଖିଯାଇଛି, ନଳକୂଅ ନାହିଁ। ଗାଁଠୁ କିଛି ଦୂରରେ ବୋରୱେଲଟିଏ ଅଛି। ମାତ୍ର ସେଥିରେ ଅଳ୍ପ ପାଣି ବାହାରୁଥିବାରୁ ଗାଁଠୁ ଅନେକ ଦୂରରେ ଥିବା ଏକ ପୋଖରୀକୁ ବିକଳ୍ପ ଭାବେ ବାଛି ନେଇଛନ୍ତି ଗ୍ରାମବାସୀ। ରାସ୍ତା, ବିଲ, ପାହାଡ଼ ଡେଇଁ ପ୍ରତିଦିନ ଦୁଇ ବେଳା ଘର ପାଇଁ ପାଣି ବୋହୁଛନ୍ତି ମହିଳା। ପରିସ୍ଥିତି ଏତେ ଦୁଃଖଦାୟକ ଯେ, ଗାଁର କିଛି ବୋହୂ ବାହାଘରର ବର୍ଷକ ଭିତରେ ଏହି ଜଳ ସମସ୍ୟା ଯୋଗୁ ଶାଶୁଘର ଛାଡ଼ି ବାପଘରକୁ ଚାଲିଯାଇଛନ୍ତି।

ସେପଟେ ପଞ୍ଚାୟତ ପକ୍ଷରୁ ମାସକୁ ମାତ୍ର ୨ ଥର ଟ୍ୟାଙ୍କର ଯୋଗେ ପାଣି ଯୋଗାଯାଉଥିଲେବି ତାହା ସମୁଦ୍ରକୁ ଶଂଙ୍ଖେ ବୋଲି ଗ୍ରାମବାସୀ କହିଛନ୍ତି। ୩ ବର୍ଷରୁ ଅଧିକ ସମୟ ହେଲା ଗାଁରେ ‘ଟ୍ୟାପ୍ ଟୁ ହୋମ୍’ ଯୋଜନାରେ ପାଇପଲାଇନ୍ ବିଛା ଯାଇଥିଲେବି ତାହା କାର୍ଯ୍ୟକ୍ଷମ ହୋଇନାହିଁ। ଫଳରେ କେବଳ ଖରାଦିନ ନୁହେଁ, ବର୍ଷା ଶୀତ ସବୁ ୠତୁରେ ଜଳକଷ୍ଟ ଭୋଗୁଛନ୍ତି ଗ୍ରାମବାସୀ।

Advertisment
Drinking Water Shortage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe