Advertisment

ଗାଡ଼ିରୁ ବାହାରିଲେନି ଅଧିକାରୀ, ପୀଡ଼ିତଙ୍କ କାନ୍ଧରେ ଡ୍ରାଇଭର ବୁଲିଲେ ବନ୍ୟାଞ୍ଚଳ

ବର୍ଷା ଯୋଗୁ ବହୁ ଅଞ୍ଚଳରେ ବନ୍ୟା ପାଣି ପଶିଥିବା ବେଳେ କ୍ଷୟକ୍ଷତି ଦେଖିବାକୁ ଆସିଥିବା ଅଧିକାରୀ କିନ୍ତୁ ଗାଡ଼ିରୁ ଓହ୍ଲାଇଲେ ନାହିଁ।

Spot Verification

Spot Verification

Advertisment

ଗରୀବ, ପୀଡ଼ିତଙ୍କ ଆଗରେ ଅଧିକାରୀ ଦେଖାଇଲେ ବାବୁପଣିଆ । ବର୍ଷା ଯୋଗୁ ବହୁ ଅଞ୍ଚଳରେ ବନ୍ୟା ପାଣି ପଶିଥିବା ବେଳେ କ୍ଷୟକ୍ଷତି ଦେଖିବାକୁ ଆସିଥିବା ଅଧିକାରୀ କିନ୍ତୁ ଗାଡ଼ିରୁ ଓହ୍ଲାଇଲେ ନାହିଁ। ଏହାଦେଖି ପୀଡ଼ିତ ପରିବାର ନେହୁରା ହେବାରୁ ବାବୁଙ୍କ ଡ୍ରାଇଭର ବନ୍ୟାଞ୍ଚଳ ବୁଲି ବାହାରିଲେ। ତାହା ପୁଣି ପୀଡ଼ିତଙ୍କ କାନ୍ଧରେ। ପାଣିର ସୁଅରେ ନିଜକୁ ସମ୍ଭାଳିକା କାଠିକର ପାଠ ହୋଇ ପଡ଼ୁଥିବା ବେଳେ ପୀଡ଼ିତ କିନ୍ତୁ ବାବୁଙ୍କ ଡ୍ରାଇଭରଙ୍କ କାନ୍ଧରେ ପ୍ରାୟ ୨ କିମି ବୋହି ନିଜର ହୋଇଥିବା କ୍ଷୟକ୍ଷତି ବୁଲାଇ ଦେଖାଇଥିଲେ। ବିହାରର ଜମୁଇ ଜିଲ୍ଲାରେ ଏପରି ଅଫିସରରାଜ ଚାଲିଥିବା ବେଳେ ଦେଖିବାକୁ ମିଳିଛି ବାବୁପଣିଆର ନଗ୍ନ ଚିତ୍ର।

Advertisment

ପ୍ରବଳ ବର୍ଷା ହେତୁ ଜମୁଇ ଜିଲ୍ଲାର ବରିୟାରପୁର ପଞ୍ଚାୟତର ଘଟବାରୀ ଟୋଲା ଗାଁରେ ବହୁ କ୍ଷୟକ୍ଷତି ହୋଇଛି। ଏହି ବର୍ଷାରେ ଗାଁର ଗୋପାଳ ସିଂଙ୍କ ସମେତ ବହୁ ଲୋକଙ୍କ ଘର ପାଣିରେ ଭୁଶୁଡ଼ି ପଡ଼ିଛି। ଏନେଇ ଉକ୍ତ ବ୍ଲକର ବିଡିଓ ରଣଧୀର କୁମାରଙ୍କ ଦୃଷ୍ଟିଗୋଚର କରାଗଲା। ଏହାପରେ ଘଟଣା ଅନୁଧ୍ୟାନ କରିବାକୁ ସେ ଘଟବାରୀ ଟୋଲା ଗାଁରେ ପହଞ୍ଚିଲେ।

ମାତ୍ର ଚାରିଆଡ଼େ ପାଣି ଦେଖି ଅଧିକାରୀଜଣକ କିନ୍ତୁ ଆଉ ଗାଡ଼ିରୁ ଗୋଡ଼ କାଢ଼ିଲେନି। ଏହାପରେ ବାବୁଙ୍କ ଚାଳକ କ୍ଷେତ୍ର ପରିଦର୍ଶନ କରି ତାହାର ବିବରଣୀ ବାବୁଙ୍କୁ ଦେବେ ବୋଲି ସ୍ଥିର କରାଗଲା।

Advertisment

କିନ୍ତୁ ଚାଳକଜଣକ ବି ପାଣିରେ ଗୋଡ଼ ପକାଇବାକୁ ଅମଙ୍ଗ ହେଲେ। କେବଳ କାନ୍ଧରେ ବସାଇ ପାଣିରେ ନେଲେ ଯିବେ ବୋଲି ଚରମବାଣୀ ଶୁଣାଇଲେ। ଫଳରେ ଅସହାୟ ପୀଡ଼ିତ ପରିବାର ବାଧ୍ୟ ହୋଇ ବାବୁଙ୍କ ଡ୍ରାଇଭରଙ୍କୁ କାନ୍ଧରେ ବସାଇ ନିଜ ଭୁଶୁଡ଼ି ଯାଇଥିବା ଘର ଦେଖାଇଲେ।

ଏହି ସମୟରେ ଅସହାୟ ଗୋପାଳ ସିଂ ଡ୍ରାଇଭରଜଣଙ୍କୁ ପ୍ରାୟ ୨ କିମି ପର୍ଯ୍ୟନ୍ତ କାନ୍ଧରେ ବସାଇ ପାଣି ସୁଅରେ ପଶି ନିଜ ଘର ନିକଟକୁ ନେଇଥିଲେ। ସେଠାରୁ ଡ୍ରାଇଭରଜଣକ ସ୍ଥିତି ଅନୁଧ୍ୟାନ କରିବା ସହ ଫଟୋ ଉଠାଇ ଫେରିଥିଲେ।

ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏନେଇ ସମ୍ପୃକ୍ତ ଅଧିକାରୀଜଣକ କିନ୍ତୁ କିଛି କହିବାକୁ ମନା କରି ଦେଇଛନ୍ତି।

Bihar Flood Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe