Advertisment

ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଆଜି ସକାଳୁ ଆରମ୍ଭ ହୋଇଥିବା ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଆନ୍ଦୋଳନ ପ୍ରତ୍ୟାହାର ନେଇ ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ସଭାପତି ଜନାର୍ଦ୍ଦନ ପତି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Meeting

Meeting

Advertisment

ଆଜି ସକାଳୁ ଆରମ୍ଭ ହୋଇଥିବା ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଆନ୍ଦୋଳନ ପ୍ରତ୍ୟାହାର ନେଇ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି ସୂଚନା ଦେଇଛନ୍ତି।

Advertisment

ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ ଡାକରା ଦେଇଥିଲା ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ଏହି ଦଣ୍ଡ ବିଧାନକୁ ପ୍ରତ୍ୟାହାର ସହ ଅନ୍ୟାନ୍ୟ ଦାବି ପୂରଣ ନିମନ୍ତେ ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ପକ୍ଷରୁ ଆଜି ସକାଳ ୬ଟାରୁ ଧାରଣା ଡାକରା ଦିଆଯାଇଥିଲା। 

ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ଡାକରାରେ ପାରାଦୀପରେ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିଥିଲେ। ସମସ୍ତ ପେଟ୍ରୋଲିୟମ ତୈଳ ଡିପୋରେ ନିୟୋଜିତ ତେଲ ଟ୍ୟାଙ୍କର କର୍ମଚାରୀମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଫଳରେ ପେଟ୍ରୋଲ, ଡିଜେଲ ପରିବହନ ଠପ୍ ହୋଇଯାଇଥିଲା।

Advertisment

ପାରାଦୀପରେ ଥିବା ଡିପୋଗୁଡିକରୁ ରାଜ୍ୟ ସାରା ପେଟ୍ରୋଲ ଟାଙ୍କିକୁ ତେଲ ଯୋଗାଣ ହୋଇଥାଏ। ଆଜିଠାରୁ ତେଲ ପରିବହନ ବନ୍ଦ ହେବାରୁ ରାଜ୍ୟର ବିଭିନ୍ନ ତେଲ ଟାଙ୍କିରେ ତୈଳ ସଙ୍କଟ ଦେଖା ଦେବା ଆଶଙ୍କାକୁ ନେଇ ଚିନ୍ତା ବଢ଼ି ଯାଇଥିଲା। । ଏହାଦ୍ୱାରା ଲୋକମାନେ ହଇରାଣ ହେବା ସହ ମାଲ୍ ପରିବହନ ବି ଗୁରୁତର ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଥିଲା।

ଫଳରେ ତତ୍‌କ୍ଷଣାତ ଏହି ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅନୁରୋଧ କ୍ରମେ ଓଡ଼ିଶା ପରିବହନ ଶ୍ରମିକ ମହାସଂଘର ୫ ଜଣିଆ ଟିମ୍‌ ରାଜ୍ୟ ସଚିବାଳୟରେ ଆଲୋଚନା ନିମନ୍ତେ ପହଞ୍ଚିଥିଲେ। ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ, ପରିବହନ କମିଶନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଦୀର୍ଘ ସମୟର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି।

ଏନେଇ ମହାସଂଘ ସଭାପତି ଜନାର୍ଦ୍ଦନ ପତି ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ଆଜି ମୁଖ୍ୟ ଶାସନ ସଚିବ ଆଲୋଚନା ନିମନ୍ତେ ଡକାଇଥିଲେ। ୫ ଜଣ ପ୍ରତିନିଧୀ ଦୀର୍ଘ ସମୟ ଆଲୋଚନା କଲୁ। ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ଗୃହ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିଛନ୍ତି। ଡ୍ରାଇଭରଙ୍କ ବିରୋଧରେ ହୋଇଥିବା କଠୋର ଦଣ୍ଡ ବିଧାନ ଆଇନ୍ ଏବେ କାର୍ଯ୍ୟକାରୀ ହେବନି। ବିଭିନ୍ନ ରାଜ୍ୟ ସରକାର ଓ ଟ୍ରେଡ ୟୁନିୟନ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ଗୃହ ସଚିବ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ। ଫଳରେ ଆମେ ଆନ୍ଦୋଳନ ପ୍ରତ୍ୟାହାର କରୁଛୁ।

ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶା ପରିବହନ କର୍ମଚାରୀ ମହାସଂଘ କମର୍ମକର୍ତ୍ତାଙ୍କ ସହ ରାଜ୍ୟ ସଚିବାଳୟରେ ହୋଇଥିବା ଆଲୋଚନା ସଫଳ ହୋଇଛି। ତେଣୁ ମହାସଂଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି।

Strike DRIVER STRIKE
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe