ଟ୍ରକ ଡ୍ରାଇଭରଙ୍କ ଲାଗି ଖୁସି ଖବର। ସଡ଼କ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗ କରିଛି ଅଭିନବ ପ୍ରୟାସ। ରାତି ଅନିଦ୍ରା ହେଉଥିବା ଗାଡି ଚାଳକଙ୍କୁ ମାଗଣାରେ ଚା' ପରସିବେ ରାସ୍ତାକଡ଼ରେ ଥିବା ଢାବା ଓ ହୋଟେଲ। ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କେବଳ ଚା ନୁହେଁ ବରଂ ନିଦ ଛଡ଼ାଇବା ପାଇଁ ସେହି ହୋଟେଲ ଓ ଢାବାରେ ବିଶ୍ରାମ ନେଇପାରିବେ ଟ୍ରକ୍ ଚାଳକ। ସେହିଭଳି ୨୦୨୫ ଅକ୍ଟୋବର ସୁଦ୍ଧା ସମସ୍ତ ଟ୍ରକର କ୍ୟାବିନରେ ଏସି ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର।