Advertisment

ରାତିରେ ହାତୀଙ୍କୁ ଜଗୁଛି ଡ୍ରୋନ

ହାତୀ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେବା ସମୟରେ ଡ୍ରୋନ ସାହାଯ୍ୟରେ ହାତୀ ସ୍ବାର୍ଡ ହାତୀର ଗତିବିଧି ଦେଖିହେବ

author-image
Biswajit Samal
ଅଦ୍ୟତନ ହୋଇଛି
Elephant

Elephant

ରାତିରେ ହାତୀଙ୍କୁ ଜଗୁଛି ଡ୍ରୋନ। ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖୁଛି ବନବିଭାଗର ଡ୍ରୋନ କ୍ୟାମେରା। ବନବିଭାଗ ତରଫରୁ ଏପରି ନିଆରା ପ୍ରୟାସ କରାଯାଇଛି।

Advertisment

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବନାଞ୍ଚଳରେ ହାତୀ ଆକ୍ରମଣରେ ସାଧାରଣ ଲୋକଙ୍କ ପ୍ରାଣହାନୀ ହେଉଥିବା ସହ ଅନେକ ଧନ ଜୀବନ କ୍ଷୟକ୍ଷତି ହେଉଛି।  ରାତି ସମୟରେ ହାତୀ ପଲ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଥିବାରୁ ଏହାକୁ ଆଖି ଆଗରେ ରଖି କୋଇଡ଼ା ବନାଞ୍ଚଳ ତରଫରୁ ରାତି ସମୟରେ ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ କ୍ୟାମେରା ବ୍ୟବସ୍ଥା କରାଯାଇଛି। 

ହାତୀ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେବା ସମୟରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀ ସ୍ବାର୍ଡ ହାତୀର ଗତିବିଧି ଦେଖି ହାତୀପଲଙ୍କୁ ଜଙ୍ଗଲ ମଧ୍ୟକୁ ପୁନର୍ବାର ଘଉଡ଼ାଇବାରେ ସଫଳ ହେବ ବୋଲି ସୂଚନା ଦେଇଛନ୍ତି ରେଞ୍ଜର ଗୌତମ ପ୍ରଧାନ। 

Advertisment
Elephant In Jungle Drone