Advertisment

ଭୋଜି କରିବାକୁ ଯାଇଥିଲେ ୮ ସାଙ୍ଗ; ନଦୀରେ ବୁଡ଼ି ୨ ମୃତ, ୨ ନିଖୋଜ

ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ହୋଇଯାଇଛନ୍ତି। ବାଲିଅନ୍ତା ଥାନା ଧବଳହାର ନିକଟରେ ଏହି ଅଘଟଣ ଘଟିଛି।

ଅଦ୍ୟତନ ହୋଇଛି
representational image

representational image

Advertisment

ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ହୋଇଯାଇଛନ୍ତି। ବାଲିଅନ୍ତା ଥାନା ଧବଳହାର ନିକଟରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଜାମସେଦ୍‌ପୁରର ଆର୍ଯ୍ୟନ୍, କଟକର ଅବିନାଶ। ନିଖୋଜ ହେଲେ ବାଲେଶ୍ୱରର ରୋହିତ ଓ କଟକର ପ୍ରତିକ। ଆଜି ଅପରାହ୍ନ ୩ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି। 

Advertisment

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଠାରେ ଥିବା ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରେ ପାଠପଢ଼ୁଥିବା ୮ ଜଣ ଛାତ୍ର ସାଙ୍ଗ ଏଠାକୁ ଭୋଜି କରିବାକୁ ଯାଇଥିଲେ। ଭୋଜି ଚାଲିଥିବା ସମୟରେ ସେମାନେ ଗାଧୋଇବାକୁ ନଦୀକୁ ଯାଇଥିଲେ। ନଦୀରେ ବର୍ଷା ପାଣି ପୂରିଥିବାରୁ ସାମାନ୍ୟ ସୁଅ ମଧ୍ୟ ଥିଲା। କୌଣସି କାରଣରୁ ୮ ଜଣ ଗାଧୋଉଥିବା ବେଳେ ସେଥିରୁ ୪ ଜଣ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଖୋଜାଖୋଜି କରିଥିଲେ। ହେଲେ ପାଣିରୁ କାହାରି ବି ପତ୍ତା ନ ପାଇବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ୨ ଜଣଙ୍କ ମୃତଦେହକୁ ପାଣିରୁ ବାହାର କରିଥିଲା। ନିଖୋଜ ୨ ଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ କରୁଛି। ରାତି ହୋଇଯାଇଥିବାରୁ ନିଖୋଜଙ୍କ ପତ୍ତା ନେବାକୁ କଷ୍ଟ ହେଉଛି। ତେବେ ବି ଟର୍ଚ୍ଚ ପକାଇ ପାଣି ଭିତରୁ ନିଖୋଜଙ୍କ ପତ୍ତା ଲଗାଇବାକୁ ଚେଷ୍ଟା କରୁଛି ଅଗ୍ନଶମ ବାହିନୀ।

Advertisment
Bhubaneswar Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe