Advertisment

ରକ୍ଷଣାବେକ୍ଷଣ ଅଭାବରୁ ଉଇ ଖାଇଗଲାଣି ତିନି ରଥର ସଖୀ

ସଖୀ ମୂର୍ତ୍ତୀଙ୍କର ନାକ ଓ ହାତ ଉଇ ଖାଇଯାଇଛନ୍ତି ଓ ଆଉ କେତେକ ପାଶ୍ୱମୂର୍ତ୍ତିଙ୍କର ନାକ ଚେପା ହୋଇଯାଇଛି।

author-image
Biswajit Samal
Puri

Puri

ଉଇ ଖାଇଗଲାଣି ତିନି ରଥର ସଖୀ। ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଚଳିତ ବର୍ଷ ଉଇ ଖାଇଗଲା ସଖୀ। ତିନି ରଥର ସୌନ୍ଦର୍ଯ୍ୟକରଣ ବଢାଇଥାନ୍ତି ସଖୀ ମାନେ। କେତେକ ସଖୀ ମୂର୍ତ୍ତୀଙ୍କର ନାକ ଓ ହାତ ଉଇ ଖାଇଯାଇଛନ୍ତି ଓ ଆଉ କେତେକ ପାଶ୍ୱମୂର୍ତ୍ତିଙ୍କର ନାକ ଚେପା ହୋଇଯାଇଛି।

Advertisment

୨୦୧୫ ନବକଳେବର ସମୟରେ ଏହି ସଖୀ ନିର୍ମାଣ ହୋଇନଥିଲା। ତା ପୂର୍ବ ନବକଳେବର ସମୟରେ ଏହି ସଖୀ ମୂର୍ତ୍ତି ନିର୍ମିତ ହୋଇଥିଲେ। ଏ ପର୍ଯ୍ୟନ୍ତ ନୂତନ ସଖୀ ନିର୍ମାଣ ହୋଇନାହିଁ ବୋଲି ରୂପକାର ସେବକ କହିଛନ୍ତି। ଏହି ସଖୀ, ସାରଥୀ, ପାର୍ଶ୍ୱମୂର୍ତ୍ତୀଙ୍କୁ ସଂରକ୍ଷଣ ରଖାଯାଇ ମ୍ୟୁଜିୟମ କରାଉ ବୋଲି ଦାବୀ କରିଛନ୍ତି ରୂପକାର ସେବକ।

ପୂର୍ବରୁ ଆନନ୍ଦ ବଜାରର ପାଣି ଘରେ ସାରଥୀ ପୂଜା କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କୋଇଲି ବୈକୁଣ୍ଠ ଓ ପରେ ଦୋଳବେଦୀ ଓ ତାପରେ ଉତ୍ତରପାର୍ଶ୍ୱ ମଠରେ ଅତ୍ୟନ୍ତ ଦୁର୍ଦ୍ଦିନ ଅବସ୍ଥାରେ ରଖାଯାଇଥିଲା ଏହି ମୂର୍ତ୍ତିମାନଙ୍କୁ। ଏହି ମୂର୍ତ୍ତୀମାନଙ୍କୁ ଉଇ ଖାଇ ଯାଇଥିବାରୁ ରୂପକାର ସେବକମାନେ ଉଦବେଗ ପ୍ରକାଶ କରିଛନ୍ତି।

Advertisment
Ratha Yatra Puri