Advertisment

ହୁସିଆର୍‌! ହଲ୍‌ମାର୍କ ନାଁରେ ବିକ୍ରି ହେଉଛି ନକଲି ସୁନା

ହଲମାର୍କ ନାଁରେ ନକଲି ସୁନା ବିକ୍ରି ଅଭିଯୋଗରେ କୁଚିଣ୍ଡାର ଅମ୍ବିକା ଜୁଏଲର୍ସ ନାଁରେ ମାମଲା ହୋଇଛି। ସେହିପରି ଜଗତସିଂହପୁର କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଚାନ୍ଦି ଜୁଏଲର୍ସ, ବରଗଡ଼ ବରପାଲିର ରାଧାକାନ୍ତ ଓ ସମ୍ବଲପୁର ଅଳଙ୍କାର ଜୁଏଲର୍ସର ବାତିଲ ହୋଇଛି ଲାଇସେନ୍ସ।

author-image
Manoranjan Sial
Gold

Gold

ସୁନା କିଣୁଥିଲେ ସତର୍କ ହୋଇଯାଆନ୍ତୁ। ହଲମାର୍କ ନାଁରେ ବଜାରରେ ବିକ୍ରି ହେଉଛି ନକଲି ସୁନା। ଶୋଷଣର ଶିକାର ହେଉଛନ୍ତି ଗ୍ରାହକ। ମାଲାମାଲ ହେଉଛନ୍ତି ଅଳଙ୍କାର ଦୋକାନୀ। କେତେବେଳେ ସୁନା ମାନରେ ତ ଆଉ କେବେ ମାପରେ ତ୍ରୁଟି। ଚଢ଼ଉ ବେଳେ ଧରାପଡିଛି ଏମିତି ଠକେଇ। ରାଜ୍ୟରେ ୫ଟି ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା। ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Advertisment

ହଲମାର୍କ ନାଁରେ ନକଲି ସୁନା ବିକ୍ରି ଅଭିଯୋଗରେ କୁଚିଣ୍ଡାର ଅମ୍ବିକା ଜୁଏଲର୍ସ ନାଁରେ ମାମଲା ହୋଇଛି। ସେହିପରି ଜଗତସିଂହପୁର କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଚାନ୍ଦି ଜୁଏଲର୍ସ, ବରଗଡ଼ ବରପାଲିର ରାଧାକାନ୍ତ ଓ ସମ୍ବଲପୁର ଅଳଙ୍କାର ଜୁଏଲର୍ସର ବାତିଲ ହୋଇଛି ଲାଇସେନ୍ସ। କୁଚିଣ୍ଡାର ଅମ୍ବିକା ଜୁଏଲର୍ସ ପଞ୍ଜୀକରଣ ନକରି ହଲମାର୍କ, ଅଣ ହଲମାର୍କ, ନକଲି ହଲମାର୍କ ସୁନା ଅଳଙ୍କାର ବିକ୍ରି କରୁଥିଲା। କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ ବିକ୍ରି କରୁଥିଲା ବିନା ହଲମାର୍କ ସୁନା। ଅନ୍ୟ ୩ଟି ଜୁଏଲାର୍ସ ସୁନା ଅଳଙ୍କାର ନମୁନା ପରୀକ୍ଷାରେ ବିଫଳ ହେବାରୁ ଲାଇସେନ୍ସ ବାତିଲ କରିଛନ୍ତି ସରକାର। ମନ୍ତ୍ରୀ କହିଛନ୍ତି, ଆଗକୁ ଆହୁରି ଜୋରଦାର ହେବ ଚଢ଼ଉ। ନକଲି ସୁନା ବିକ୍ରି କରୁଥିଲେ ସିଲ ହେବ ଦୋକାନ।

ହଲମାର୍କ ହେଉଛି ସୁନା ଶୁଦ୍ଧତାର ମାପକାଠି। ଏହାକୁ ଭାରତୀୟ ମାନକ ବ୍ୟୁରୋ(BIS) ନିର୍ଦ୍ଧାରଣ କରିଛି। BIS ଚିହ୍ନିତ ହଲମାର୍କ ଦ୍ୱାରା ସ୍ୱଷ୍ଟ ହୋଇଥାଏ ଯେ, ସୁନା ଲ୍ୟାବରେ ପରୀକ୍ଷଣ ସହ ଯାଞ୍ଚ କରାଯାଇଛି। BIS ୩ଟି ଗ୍ରେଡର ସୁନା ବଜାରକୁ ଛାଡ଼ିଥାଏ। ୧୪, ୧୮ ଓ ୨୨ କ୍ୟାରେଟ ଯୁକ୍ତ ସୁନା ପାଇଁ ହଲମାର୍କ ମାନକ ନିର୍ଦ୍ଧାରଣ କରିଛି ଭାରତୀୟ ମାନକ ବ୍ୟୁରୋ। ଏହାଦ୍ୱାରା ଆପଣ ଯେଉଁଠୁ କିଣିଲେ କିମ୍ବା ବିକ୍ରି କରୁଥିଲେ କୌଣସି ଅସୁବିଧାରେ ପଡିବେ ନାହିଁ। କିନ୍ତୁ ଏଥିରେ ମଧ୍ୟ ଠକେଇ କରୁଛନ୍ତି ଦୋକାନୀ।

Advertisment

ବିଶେଷଜ୍ଞଙ୍କ ମତରେ, ଦୋକାନୀଙ୍କୁ ଜିଏସଟି ବିଲ୍‌ ବାଧ୍ୟତାମୂଳକ କଲେ ଠକାମୀରେ ବ୍ରେକ ଲାଗିପାରିବ।

୨୦୨୨-୨୩ ମସିହାରେ ମାପରେ ତ୍ରୁଟି ଯୋଗୁ ୬ଟି ମାମଲା ରୁଜୁ ହୋଇଛି। ସେହିପରି ୨୦୨୩-୨୪ରେ ୬ଟି ମାମଲା ସହ ଆଦାୟ ହୋଇଛି ୧ ଲକ୍ଷ ୫୫ ହଜାର ଫାଇନ। ଚଳିତ ବର୍ଷ ନଭେମ୍ବର ସୁଦ୍ଧା ୪ଟି ମାମଲାରେ ୪୮ ହଜାର ଜରିମାନା ଆଦାୟ ହୋଇଛି। ଏଭଳି ଠକେଇକୁ ରୋକିବା ପାଇଁ ସୁନା ଦୋକାନୀ ବ୍ୟବହାର କରୁଥିବା ମାପ ଓ ଓଜନ ଯନ୍ତ୍ରଗୁଡ଼ିକର ଯାଞ୍ଚ ସମେତ ବିଭିନ୍ନ ସମୟରେ ରେଡ୍ କରାଯାଉଛି।

Bhubaneswar Sambalpur