Advertisment

ତେଲ, ଘିଅ, ଚାହା ପତି ପରେ ତିଆରି ହେଉଥିଲା ଅପମିଶ୍ରିତ ଆଇସକ୍ରିମ୍‌

ମହାନଗର ନିଗମ ଓ ଫୁଡ୍‌ ସେଫ୍‌ଟି ବିଭାଗ ମିଳିତ ଭାବେ ଫ୍ୟାକ୍ଟ୍ରିରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଫ୍ୟାକ୍ଟ୍ରିର ଅବସ୍ଥା ଅତି ଦୟନୀୟ ହୋଇଥିବା ଦେଖିବାକୁ ମିଳିଥିଲା। ଅତି ଖରାପ ପରିବେଶରେ ଆଇସ୍‌କ୍ରିମ୍‌ ତିଆରି ହେଉଥିବା ଦେଖିବାକୁ ମିଳିଥିଲା।

author-image
Manoranjan Sial
Duplicate Ice Cream

Duplicate Ice Cream

ତେଲ, ଘିଅ, ଚାହା ପତି ପରେ ଏବେ ଅପମିଶ୍ରିତ ଆଇସକ୍ରିମ୍‌। ଷ୍ଟିଲ୍‌ ସିଟି ରାଉରକେଲାରେ ଠାବ ହୋଇଛି ଏମିତି ଏକ ଆଇସକ୍ରିମ୍ ଫ୍ୟାକ୍ଟ୍ରି। ମହାନଗର ନିଗମ ଓ ଫୁଡ୍‌ ସେଫ୍‌ଟି ବିଭାଗ ମିଳିତ ଭାବେ ଆଜି ଚଢ଼ଉ କରି ପ୍ରାୟ ଦେଢ଼ କ୍ୱିଣ୍ଟାଲ୍‌ ଆଇସ୍‌କ୍ରିମ୍‌ ନଷ୍ଟ କରିଛି। ଏଥିସହ ସମ୍ପୃକ୍ତ ଆଇସ୍‌କ୍ରିମ୍‌ ବ୍ୟାକ୍ଟ୍ରିକୁ ସିଲ୍‌ କରାଯାଇଛି।

Advertisment

ଅଭିଯୋଗରୁ ପ୍ରକାଶ, ରାଉରକେଲା ଟାଉନ୍‌ରେ ରହିଛି ରେନ୍‌ବୋ ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରି। ଏଠାରେ ବିଭିନ୍ନ ଫ୍ଲେବରର ଆଇସ୍‌କ୍ରିମ୍‌ ତିଆରି ହୋଇଥାଏ। ଖରାପ ପାଣିରେ ଆଇସ୍‌କ୍ରିମ୍‌ ତିଆରି ହେଉଛି। ସେଠାକାର ପରିବେଶ ଅତି ଦୟନୀୟ। ଏଥିସହ ଆଇସ୍‌କ୍ରିମ୍‌ରେ ପ୍ରସ୍ତୁତି ଓ ସମୟ ଅତିକ୍ରାନ୍ତ ତାରିଖ ରହୁନଥିଲା। ଏପରିକି ବ୍ୟାଚ୍‌ ନମ୍ୱର ମଧ୍ୟ ରହୁନଥିଲା। ଏନେଇ ଅଭିଯୋଗ ହେବା ପରେ ପ୍ରାୟ ଦେଢ଼ ବର୍ଷ ତଳେ ମହାନଗର ନିଗମ ଓ ଫୁଡ୍‌ ସେଫ୍‌ଟି ବିଭାଗ ମିଳିତ ଚଢ଼ଉ କରି ତାଗିଦ୍‌ କରିଥିଲେ। ଏଥିସହ ଆଇସ୍‌କ୍ରିମ୍‌ରେ ପ୍ରସ୍ତୁତି, ସମୟ ଅତିକ୍ରାନ୍ତ ତାରିଖ ଓ ଲାଇସେନ୍ସ କରିବା ପାଇଁ କୁହାଯାଇଥିଲା। ହେଲେ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିଲେ।

ଆଜି ମଧ୍ୟାହ୍ନରେ ମହାନଗର ନିଗମ ଓ ଫୁଡ୍‌ ସେଫ୍‌ଟି ବିଭାଗ ମିଳିତ ଭାବେ ଫ୍ୟାକ୍ଟ୍ରିରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଫ୍ୟାକ୍ଟ୍ରିର ଅବସ୍ଥା ଅତି ଦୟନୀୟ ହୋଇଥିବା ଦେଖିବାକୁ ମିଳିଥିଲା। ଅତି ଖରାପ ପରିବେଶରେ ଆଇସ୍‌କ୍ରିମ୍‌ ତିଆରି ହେଉଥିବା ଦେଖିବାକୁ ମିଳିଥିଲା। ଏଥିସହ ଆଇସ୍‌କ୍ରିମ୍‌ର ପ୍ରସ୍ତୁତି ଓ ସମୟ ଅତିକ୍ରାନ୍ତ ତାରିଖ ନଥିଲା। ତେଣୁ ଉକ୍ତ ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରିକୁ ସିଲ୍‌ କରିଛି ମହାନଗର ନଗବ।

Advertisment

ଆର୍‌ଏମ୍‌ସି ଫୁଡ୍‌ ଅଫିସା ସ୍ୱାଗତିକା ବେହେରା କହିଛନ୍ତି, ଏଠାରେ ତିଆରି ହେଉଥିବା ଆଇସ୍‌କ୍ରିମ୍‌ର ପ୍ରସ୍ତୁତି, ଏକ୍ସପାଏରୀ ତାରିଖ ଓ ବ୍ୟାଚ ନମ୍ୱର ରହୁନଥିଲା। ଯେଉଁ ଲାଇସେନ୍ସ ନମ୍ୱର ରହିଛି, ତାହା ସମ୍ପୂର୍ଣ୍ଣ ଫେକ୍‌। ପ୍ରାୟ ଦେଢ଼ ବର୍ଷ ତଳେ ତାଙ୍କୁ ଲାଇସେନ୍ସ କରିବା ପାଇଁ ସୁଯୋଗ ଦିଆଯାଇଥିଲା। କିନ୍ତୁ ସେ ଲାଇସେନ୍ସ କରିନଥିଲେ। ତେଣୁ ନିୟମ ଅନୁସାରେ ଆଜି ସେହି ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରିକୁ ସିଲ୍‌ କରାଯାଇଛି ବୋଲି ଫୁଡ୍‌ ଅଫିସର କହିଛନ୍ତି। ଆଗକୁ ଅନ୍ୟ ଆଇକ୍ରିମ୍‌ ଫ୍ୟାକ୍ଟ୍ରିରେ ଚଢ଼ଉ ହେବ ବୋଲି ସେ କହିଛନ୍ତି।

ରିପୋର୍ଟ- ରାଉରକେଲାରୁ ପବନ ତିୱାରୀ

Rourkela