Advertisment

କଟକରେ ଭୁଶୁଡ଼ିଲା ତୋରଣ; ଚାପି ହୋଇଛି ଗୋଟିଏ କାର୍ ଓ ୩ଟି ବାଇକ୍

ତୋରଣ ଭୁଶୁଡ଼ିବା ଯୋଗୁ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି।

ଅଦ୍ୟତନ ହୋଇଛି
 light gate structure collapses

light gate structure collapses

Advertisment

କଟକ ଖାନ ନଗରରେ ଭୁଶୁଡ଼ି ପଡ଼ିଛି ଦୁର୍ଗା ପୂଜା ପାଇଁ ନିର୍ମିତ ହୋଇଥିବା ତୋରଣ। ନେତାଜୀ ବସ୍ ଟର୍ମିନାଲ ନିକଟରେ ଏହି  ସୁଉଚ୍ଚ ତୋରଣଟି ଭୁଶୁଡ଼ି ପଡ଼ିଛି। ତୋରଣ ତଳେ ଗୋଟିଏ କାର୍ ଓ ୩ଟି ବାଇକ୍ ଚାପି ହୋଇ ରହିଥିବା ସୂଚନା ରହିଛି। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁର୍ଘଟଣାରେ କାହାର କିଛି କ୍ଷତି ଘଟି ନାହିଁ।

Advertisment

ତୋରଣ ଭୁଶୁଡ଼ିବା ଯୋଗୁ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ଜେସିବି ସାହାଯ୍ୟରେ ସୁଉଚ୍ଚ ତୋରଣଟି ଉଠାଇବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ତୋରଣଟି କିପରି ଭୁଶୁଡ଼ିଲା ତାର କାରଣ ଜଣାପଡ଼ିନାହିଁ। ତୋରଣରେ ନିର୍ମାଣ ବେଳେ କିଛି ତ୍ରୁଟି ଥିଲା କି ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ। 

ଏହି ଅଘଟଣ ଘଟିବା ପରେ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। କିଛି ପୁଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣାଯାଇଛି।

Advertisment

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe