/odisha-reporter/media/post_attachments/uploadimage/library/16_9/16_9_0/IMAGE_1727627043.jpg)
Krushna Chandra Patra
ରାସନକାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ସୂଚନା। ପ୍ରକୃତ ରାସନକାର୍ଡ ହିତାଧିକାରୀ ଚିହ୍ନଟ ପାଇଁ ଚାଲିଥିବା E-KYC ଏବେ ବନ୍ଦ ହେବନି। ଯେଉଁ ପର୍ଯ୍ୟନ୍ତ ଶେଷ ବ୍ୟକ୍ତିଙ୍କ E-KYC ସରିନି, ସେଯାଏଁ କାମ ଚାଲୁ ରହିବ ବୋଲି ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
Advertisment
ମନ୍ତ୍ରୀ ଆହୁରି କହିଛନ୍ତି, ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ E-KYC ହେବ। ଅଦ୍ୟାବଧି ୨ କୋଟି ଲୋକଙ୍କ E-KYC ସରିଛି, ଆଉ ଦେଢ଼ କୋଟି ଲୋକଙ୍କର ବାକି ରହିଛି। ଏଥିପାଇଁ ମାସେ, ଦେଢ଼ମାସ ସମୟ ଲାଗିପାରେ। E-KYC ସରିଲା ପରେ କେତେ ଫଲ୍ସ କାର୍ଡ ଥିଲା ତାହା ସ୍ପଷ୍ଟ ହୋଇଯିବ।ସେମାନଙ୍କୁ ଯୋଜନାରୁ କାଟି ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ବଣ୍ଟା ହେବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।
ସେହିଭଳି ଯୋଗାଣ ମନ୍ତ୍ରୀ ପୂର୍ବରୁ କହିଥିଲେ କି, E-Kyc ପାଇଁ ଯେଉଁଠି ଚାହିଁଲେ ବି କରିପାରିବେ। ଓଡିଶା ବାହାରେ ଥିଲେ ବି କରିପାରିବେ E-Kyc, କଟିବନି ରାସନ କାର୍ଡ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
