Advertisment

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ସୂଚନା; E-KYC ଏବେ ବନ୍ଦ ହେବନି

ମନ୍ତ୍ରୀ କହିଛନ୍ତି, ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ E-KYC ହେବ। ଅଦ୍ୟାବଧି ୨ କୋଟି ଲୋକଙ୍କ E-KYC ସରିଛି, ଆଉ ଦେଢ଼ କୋଟି ଲୋକଙ୍କର ବାକି ରହିଛି। ଏଥିପାଇଁ ମାସେ, ଦେଢ଼ମାସ ସମୟ ଲାଗିପାରେ।

ଅଦ୍ୟତନ ହୋଇଛି
 Krushna Chandra Patra

Krushna Chandra Patra

Advertisment

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ସୂଚନା। ପ୍ରକୃତ ରାସନକାର୍ଡ ହିତାଧିକାରୀ ଚିହ୍ନଟ ପାଇଁ ଚାଲିଥିବା E-KYC ଏବେ ବନ୍ଦ ହେବନି। ଯେଉଁ ପର୍ଯ୍ୟନ୍ତ ଶେଷ ବ୍ୟକ୍ତିଙ୍କ E-KYC ସରିନି, ସେଯାଏଁ କାମ ଚାଲୁ ରହିବ ବୋଲି ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Advertisment

ମନ୍ତ୍ରୀ ଆହୁରି କହିଛନ୍ତି, ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ E-KYC ହେବ। ଅଦ୍ୟାବଧି ୨ କୋଟି ଲୋକଙ୍କ E-KYC ସରିଛି, ଆଉ ଦେଢ଼ କୋଟି ଲୋକଙ୍କର ବାକି ରହିଛି। ଏଥିପାଇଁ ମାସେ, ଦେଢ଼ମାସ ସମୟ ଲାଗିପାରେ। E-KYC ସରିଲା ପରେ କେତେ ଫଲ୍ସ କାର୍ଡ ଥିଲା ତାହା ସ୍ପଷ୍ଟ ହୋଇଯିବ।ସେମାନଙ୍କୁ ଯୋଜନାରୁ କାଟି ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ବଣ୍ଟା ହେବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।

ସେହିଭଳି ଯୋଗାଣ ମନ୍ତ୍ରୀ ପୂର୍ବରୁ କହିଥିଲେ କି, E-Kyc ପାଇଁ ଯେଉଁଠି ଚାହିଁଲେ ବି କରିପାରିବେ। ଓଡିଶା ବାହାରେ ଥିଲେ ବି କରିପାରିବେ E-Kyc, କଟିବନି ରାସନ କାର୍ଡ।

Advertisment
Odisha Odisha Minister Ration Card
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe