Advertisment

ଇଷ୍ଟକୋଷ୍ଟ ରେଲୱେର ରେକର୍ଡ; ୩ ଘଣ୍ଟାରେ ୫ ବିଶାଳ ଷ୍ଟିଲ୍ ଗାର୍ଡ ଲଗାଇଲା

ମାତ୍ର ୩ ଘଣ୍ଟା ଭିତରେ ୩୬ ମିଟର ଦୀର୍ଘ ୫ଟି ବିଶାଳ ଷ୍ଟିଲ୍ ଗାର୍ଡର ସ୍ଥାପନ କରିବାରେ ସଫଳତା ମିଳିଛି।

Railway

Railway

Advertisment

ତ୍ୱରିତ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବଡ଼ ମାଇଲଖୁଣ୍ଟ ହାସଲ କରିଛି ଇଷ୍ଟକୋଷ୍ଟ ରେଲୱେ । ମାତ୍ର ୩ ଘଣ୍ଟା ଭିତରେ ୩୬ ମିଟର ଦୀର୍ଘ ୫ଟି ବିଶାଳ ଷ୍ଟିଲ୍ ଗାର୍ଡ ସ୍ଥାପନ କରିବାରେ ସଫଳତା ମିଳିଛି।

Advertisment

ଭୁବନେଶ୍ୱର ଭିଏସ୍ଏସ୍ ନଗରଠାରେ ରେଲୱେ ଓଭରବ୍ରିଜ୍ ନିର୍ମାଣ ପାଇଁ ଏହାକୁ ସ୍ଥାପନ କରାଯାଇଥିବା ବେଳେ, ପ୍ରତ୍ୟେକ ଷ୍ଟିଲ ଗାର୍ଡରର ଓଜନ ୩୫ ଟନ୍ ବୋଲି ସୂଚନା ମିଳିଛି। ବିଶାଳ କ୍ରେନ୍ ସାହାଯ୍ୟରେ ଏହାକୁ ସ୍ଥାପନ କରାଯିବା ବେଳେ, ସେହି ବାଟ ଦେଇ ୩ ଘଣ୍ଟା ପାଇଁ ଟ୍ରାଫିକ୍ ଚଳାଚଳ ବନ୍ଦ ରଖାଯାଇଥିଲା ଏବଂ ଓଭରହେଡ୍ ଇକ୍ବିପମେଣ୍ଟ ବ୍ଲକ୍ ନିଆଯାଇଥିଲା।

ବ୍ୟସ୍ତବହୁଳ ହାୱଡ଼ା-ଚେନ୍ନାଇ ମେନ୍ ଲାଇନରେ ଏହା ଏକ ଅତ୍ୟନ୍ତ ଚାଲେଞ୍ଜିଂ ଅପରେସନ ହୋଇଥିବା ବେଳେ, ଏହାକୁ ସଫଳତାର ସଂପାଦନ କରିଛି ରେଳପଥର ନିର୍ମାଣ ବିଭାଗ। ପୂର୍ବରୁ ବିଦ୍ୟୁତ ଟ୍ରାନ୍ସଫର୍ମର ଓ ଅଣ୍ଡରଗ୍ରାଉଣ୍ଡ କେବୁଲ ସ୍ଥାନାନ୍ତର ଆଦି କାର୍ଯ୍ୟ ସରିଥିବା ବେଳେ, ଆଗକୁ ଡେକ୍ ସ୍ଲାବ୍ ସ୍ଥାପନ, କ୍ରାସ୍ ପ୍ରତିବନ୍ଧକ ଏବଂ ଆକ୍ସନ୍ ଜଙ୍କସନ୍ ଆଦି କରାଯିବ।

Advertisment

୪୮.୨ କୋଟି ଟଙ୍କା ନିବେଶରେ ହୋଇଥିବା ଏହି ରେଲୱେ ଓଭରବ୍ରିଜ ପ୍ରକଳ୍ପ ଚଳିତବର୍ଷ ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ଆଶା ରଖିଛି ଇଷ୍ଟକୋଷ୍ଟ ରେଲୱେ।

Bhubaneswar East Coast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe