/odisha-reporter/media/post_attachments/uploadimage/library/16_9/16_9_0/strike_1695445237.jpg)
strike
କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି l ଆଜି କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।
ଆଜି ସକାଳେ ଆନ୍ଦୋଳନକାରୀ ମାନେ କଟକ -ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକଠାରେ ରାଜପଥ ଅବରୋଧ କରିଛନ୍ତି। ଏହାସହ ଦୈତାରୀ- ପାରାଦୀପ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଶତାଧିକ ଆନ୍ଦୋଳନକାରୀ ରାସ୍ତା ଉପରେ ବସି ରହି ନାରାବାଜି କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି।
ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରନ୍ତୁ ବୋଲି କମିଟି ପକ୍ଷରୁ ଦାବି କରାଯାଇଛି। ସରକାର ଦାବି ନ ଶୁଣିବାରୁ ଆଜି କମିଟି ପକ୍ଷରୁ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି। ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ଗତ ସେପ୍ଟେମ୍ବର ୫ରୁ ଜିଲାପାଳଙ୍କଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
