Advertisment

ଖାଇଥିଲେ ମନରେଗା ଟଙ୍କା, ୩ ବର୍ଷ ପରେ ୩ ଯନ୍ତ୍ରୀଙ୍କୁ ED ପଠାଇଲା ନୋଟିସ୍‌

ଯଶୀପୁର ବ୍ଲକ୍‌ର ପୋଡ଼ାଗଡ, ବରେହିପାଣି, ଅସ୍ତକୁମାର, ଗୁରୁଗୁଡ଼ିଆ ଓ ଧଳାବଣୀ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାମ ପାଇଁ ମନରେଗାରେ ୩ କୋଟି ୨୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ହେଲେ ସେହି ଅର୍ଥରେ କୌଣସି କାମ ହୋଇନଥିବା ଅଭିଯୋଗ ହୋଇଥିଲା।

MGNREGA

MGNREGA

Advertisment

ସରପଞ୍ଚ ଓ ଭେଣ୍ଡରଙ୍କ ସହ ମିଶି ଖାଇଯାଇଥିଲେ ୩ କୋଟିରୁ ଅଧିକ ମନରେଗା ଟଙ୍କା। ପ୍ରାୟ ୩ ବର୍ଷ ପରେ ୩ ଯନ୍ତ୍ରୀଙ୍କ ପାଖକୁ ED ପଠାଇଛି ନୋଟିସ୍‌। ଆସନ୍ତା ୨୦ ତାରିଖରେ ହାଜର ହେବାକୁ ଇଡି ନିର୍ଦ୍ଦେଶ ଦେଇଛି। ତେବେ ବାକି ୨୨ ଜଣଙ୍କ ପାଖକୁ କେବେ ନୋଟିସ୍‌ ଆସିବ, ତାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ୨୦୧୯-୨୦୨୦ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ୍‌ରେ ହୋଇଥିଲା ଏହି ମହା ଦୁର୍ନୀତି।

Advertisment

ଯଶୀପୁର ବ୍ଲକ୍‌ର ପୋଡ଼ାଗଡ, ବରେହିପାଣି, ଅସ୍ତକୁମାର, ଗୁରୁଗୁଡ଼ିଆ ଓ ଧଳାବଣୀ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାମ ପାଇଁ ମନରେଗାରେ ୩ କୋଟି ୨୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ହେଲେ ସେହି ଅର୍ଥରେ କୌଣସି କାମ ହୋଇନଥିବା ଅଭିଯୋଗ ହୋଇଥିଲା। ମନରେଗା ଅର୍ଥ ଆତ୍ମସାତ ହୋଇଥିବା ନେଇ ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହା ପରେ ତତ୍କାଳୀନ(ସେତେବେଳର) ଯଶୀପୁର ବିଡ଼ିଓ ଅନୁପମା ଘୋଷ ମାମଲାର ଖୋଳତାଡ଼ କରିଥିଲେ।

ମନରେଗା ମହା ଦୁର୍ନୀତି ହୋଇଥିବା ନେଇ ବିଡିଓ ସୂଚନା ପାଇଥିଲେ। ପାରେ ସେ ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ। ତା’ପରେ ଜିଲ୍ଲା ପ୍ରଶାସନ ଖୋଳତାଡ଼ କରି ଦୁର୍ନୀତି ହୋଇଥିବା ଜଣାବାକୁ ପାଇଥିଲା। ସେତେବେଳେ ବିଡିଓ ଏନେଇ ୨୫ ଜଣଙ୍କ ନାଁରେ ଯଶୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ୩ ଜଣ ସରପଞ୍ଚ ଓ ଜଣେ ପିଇଓଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା।

Advertisment

ଗିରଫ ହୋଇଥିବା ସରପଞ୍ଚ ଓ ପିଇଓଙ୍କୁ ଜେରା ବେଳେ ମହା ଦୁର୍ନୀତିର ଖୋଲାସା କରିଥିଲେ। ଏହା ପରେ ଜିଲ୍ଲାପ୍ରଶାସନ ୫ ପଞ୍ଚାୟତର ସରପଞ୍ଚ, ପିଇଓଙ୍କୁ ବହିଷ୍କାର କରିଥିଲେ। ଏଥିସହ ଜଣେ ସହକାରୀ ଯନ୍ତ୍ରୀ, ୨ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ସସ୍‌ପେଣ୍ଡ କରିଥିଲେ। ପରବର୍ତ୍ତୀ ସମୟରେ ମାମଲା ଭିଜିଲାନ୍ସକୁ ଯାଇଥିଲା। ସେହି ସମୟରେ ସରକାରୀ ବାବୁମାନେ ଫେରାର ହୋଇଥିଲେ। ଭିଜିଲାନ୍ସ ହାତରେ ଧରା ପଡ଼ିନଥିଲେ। କେବଳ ସରପଞ୍ଚ, ଭେଣ୍ଡରଙ୍କୁ ଘନଘନ ଜେରା କରିଥିଲା। ଜେରା ବେଳେ ଦୁର୍ନୀତିର ପରିମାଣ ବଢ଼ିଥିଲା। ତେଣୁ ମାମଲା ଇଡି ହାତକୁ ଯାଇଥିଲା।

ସେପଟେ ସସ୍‌ପେଣ୍ଡ ହୋଇଥିବା ସରକାରୀ ବାବୁମାନେ ଚାକିରିରେ ପୁଣି ଥରେ ଯୋଗ ଦେଇଥିଲେ। ପ୍ରାୟ ୩ ବର୍ଷ ପରେ ଇଡି ଯଶୀପୁରର ତତ୍କାଳିନ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାୟକ(ବର୍ତ୍ତମାନ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ କନିଷ୍ଠ ଯନ୍ତ୍ରୀ) ଓ ପଡାଗୋଡ ପଞ୍ଚାୟତର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ(ବର୍ତ୍ତମାନ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ କନିଷ୍ଠ ଯନ୍ତ୍ରୀ) ସମୀର କବିଙ୍କୁ ନୋଟିସ୍ କରିଛି। ଆସନ୍ତା ୨୦ ତାରିଖରେ ହାଜର ହେବାକୁ ନୋଟିସ୍‌ରେ କୁହାଯାଇଛି। ତେବେ ବାକି ୨୨ ଜଣ ଅଭିଯୁକ୍ତଙ୍କ ପାଖକୁ କୌଣସି ନୋଟିସ୍‌ ଆସିନ ଥିବାରୁ ନାନା କଳ୍ପନାଜଳ୍ପନା ଲାଗି ରହିଛି।

ରିପୋର୍ଟ- କରଞ୍ଜିଆରୁ ଦୀପକ କୁମାର ମହାନ୍ତ

Baripada MGNREGA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe