Advertisment

ମଧ୍ୟାହ୍ନ ଭୋଜନ ଥାଳିରୁ ଅଣ୍ଡା ଗାଏବ

ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ମିଲ୍‌ ପିଛା ୫ ଟଙ୍କା ୯୦ ପଇସା ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ମିଲ ପିଛା ୮ଟଙ୍କା ୮୦ ପଇସା ସରକାର ଦେଉଛନ୍ତି। ଏତେ କମ୍‌ ଟଙ୍କାରେ ପିଲାଙ୍କୁ ଅଣ୍ଡା ସହ ରନ୍ଧା ଖାଦ୍ୟ ଦେବା ସମ୍ଭବ ନୁହେଁ।

author-image
Manoranjan Sial
School

School

ଅଣ୍ଡା ଦରରେ ଲାଗିଛି ନିଆଁ। ପ୍ରଭାବିତ ଅଙ୍ଗନବାଡି କେନ୍ଦ୍ର। ମଧ୍ୟାହ୍ନ ଭୋଜନର ଥାଳିରେ ଅଣ୍ଡା ଖେଳୁଛି ଲୁଚକାଳି। ସରକାର ଅଣ୍ଡା ପ୍ରତି ୫ ଟଙ୍କା ଦେଉଛନ୍ତି, କିନ୍ତୁ ପ୍ରକୃତ ପକ୍ଷେ ଅଣ୍ଡା ଦର ଏବେ କିନ୍ତୁ ୭ ଟଙ୍କା। ରାଜ୍ୟର ଆଉ କିଛି ସ୍ଥାନରେ ଅଣ୍ଡା ଦର ୮ ରୁ ୯ ଟଙ୍କାରେ ପହଞ୍ଚିଲାଣି। ଏହାର ଅର୍ଥ ରାଜ୍ୟ ସରକାର ଦେଉଥିବା ଟଙ୍କା ଓ ବଜାର ଦର ଭିତରେ ପାଖାପାଖି ୩ ଟଙ୍କା ଫରକ। ଏକଥା ସରକାର ମଧ୍ୟ ଜାଣିଛନ୍ତି। ଏଭଳିସ୍ଥିତିରେ ଅଙ୍ଗନବାଡି କର୍ମୀ ନାଚାର। କେତେବେଳେ ବାଁ ଡାହାଣ କରି ତ ଆଉ କେତେବେଳେ ପିଲାଙ୍କ ସଂଖ୍ୟାକୁ ବଢାଇ ଅଣ୍ଡା ଦେବାକୁ ବାଧ୍ୟ ହେଉଛନ୍ତି। ପ୍ରସୂତୀଙ୍କୁ ମାସକୁ ୧୨ଟି ଅଣ୍ଡା ଦେବା ଲାଗି ନିୟମ ରହିଛି। କିନ୍ତୁ ଦିଆଯାଉଛି ମାତ୍ର ୧୦ଟି। ସେହିପରି ସପ୍ତାହକୁ ୫ ଦିନ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବାକୁ ବ୍ୟବସ୍ଥା ଥିଲେ ବି ଏହା ସବୁବେଳେ ସମ୍ଭବ ହେଉନି। ଅପର ପକ୍ଷରେ ସ୍ୱଳ୍ପ ବେତନରେ ଅଙ୍ଗନବାଡି କର୍ମୀ ଓ ସ୍କୁଲ୍‌ କର୍ତ୍ତୃପକ୍ଷ ନିଜ ହାତରୁ ପଇସା ଦେଇ ପିଲାଙ୍କ ପାଇଁ ଅଣ୍ଡା କିଣୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସାରା ରାଜ୍ୟରେ ଏପରି ସ୍ଥିତି।

Advertisment

ଅଙ୍ଗନବାଡ଼ି ଦିଦି କମଳା ମାଝୀ କହିଛନ୍ତି, ଆଜି ଅଣ୍ଡା ଦେବାର ଥିଲା। ହେଲେ ପିଇସା ଅସୁବିଧା ପାଇଁ ଅଣ୍ଡା ଦେଲୁନୁ। ସେଥିପାଇଁ ଆମେ ଡାଲି ଦେଇଦେଉଛୁ। ଗୋଟିଏ ଅଣ୍ଡା ଟ୍ରେକୁ ୨୦୦ ଟଙ୍କା ପଡ଼ୁଛି। ଅଣ୍ଡା ଗୋଟା ୮ଟା ପଡ଼ୁଛି ବୋଲି ଅଙ୍ଗନବାଡ଼ି ଦିଦି କହିଛନ୍ତି।

ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ମିଲ୍‌ ପିଛା ୫ ଟଙ୍କା ୯୦ ପଇସା ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ମିଲ ପିଛା ୮ଟଙ୍କା ୮୦ ପଇସା ସରକାର ଦେଉଛନ୍ତି। ଏତେ କମ୍‌ ଟଙ୍କାରେ ପିଲାଙ୍କୁ ଅଣ୍ଡା ସହ ରନ୍ଧା ଖାଦ୍ୟ ଦେବା ସମ୍ଭବ ନୁହେଁ। ସେଥିପାଇଁ ପ୍ରତିଦିନ ପିଲାଙ୍କୁ ଅଣ୍ଡା ଦିଆଯାଇପାରୁନି ବୋଲି ଶିକ୍ଷକ ଓ ଶିକ୍ଷୟିତ୍ରୀ କହିଛନ୍ତି। ଅଙ୍ଗନବାଡି ସଂଘଗୁଡିକ ଜିଲ୍ଲାପାଳମାନଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରିଛନ୍ତି। ମାତ୍ର ଏଯାଏ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ସଂଘ ତରଫରୁ କୁହାଯାଇଛି।

Advertisment
Midday Meal