Advertisment

ବିଡିଓ ଦାୟିତ୍ୱ ତୁଲାଇବେ ୮ ଆଇଏଏସ୍ ଅଫିସର

ଏହି ଆଇଏଏସ୍ ଅଫିସରମାନେ ବିଡିଓଙ୍କୁ ମିଳିଥିବା ଉଭୟ ପ୍ରଶାସନିକ ଓ ଆର୍ଥିକ କ୍ଷମତାକୁ ଉପଯୋଗ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Loka Seva Bhavan

Loka Seva Bhavan

Advertisment

୨୦୨୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ୮ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ବ୍ଲକର ବିଡ଼ିଓ ଭାବେ ଅବସ୍ଥାପିତ କରାଯାଇଛି । ସମ୍ପୃକ୍ତ ବ୍ଲକରେ ଥିବା ବିଡିଓମାନଙ୍କୁ ସେହି ଜିଲ୍ଲାର ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ବଦଳି ହୋଇଛି । ପ୍ରୋବେସନରେ ଥିବା ଏହି ୮ଜଣ ଆଇଏଏସ୍ ଅଫସରଙ୍କୁ ବ୍ଲକସ୍ତରରେ ୬ସପ୍ତାହର ପ୍ରଶିକ୍ଷଣ ପାଇଁ ସ୍ୱାଧୀନ ଭାବେ ବିଡିଓ ଦାୟିତ୍ୱ ନ୍ୟସ୍ତ ହୋଇଛି ।

Advertisment

ରାଜ୍ୟ ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୩ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ୮ଜଣ ପ୍ରୋବେସନର ଆଇଏଏସ୍ ଅଫିସରଙ୍କୁ ୮ଟି ବ୍ଲକର ବିଡିଓ ଭାବେ ଅବସ୍ଥାପିତ କରାଯାଇଛି । ଆଇଏଏସ୍ ଅଫିସର ଆସିନ ଏଲଙ୍କୁ ଯଶୀପୁର ବ୍ଲକ ବିଡିଓ ଭାବେ ନିଯୁକ୍ତି ମିଳିଥିବାବେଳେ କସ୍ତୁରୀ ପଣ୍ଡାଙ୍କୁ ଏମରାମପୁର ବିଡିଓ, ତେଜସ୍ୱିନୀ ବେହେରାଙ୍କୁ ଆଠମଲ୍ଲିକ ବିଡିଓ, ଦୁଧାଲ ଅଭିଷେକ ଦିଲ୍ଲୀପଙ୍କୁ ନୀଳଗିରି ବିଡିଓ, ପ୍ରଣିତା ଦାଶଙ୍କୁ ସୋରଡ଼ା ବିଡିଓ, ପ୍ରେକ୍ଷା ଅଗ୍ରୱାଲଙ୍କୁ ହରିଚନ୍ଦନପୁର ବିଡିଓ, ୟିମକୁମ ଆଇ ଓଜୁକୁମଙ୍କୁ ବଣାଇ ବିଡିଓ ଏବଂ ସି. ସରଭାନନଙ୍କୁ ଝାରସୁଗୁଡ଼ା ଜିଲ୍ଲାର କିରିମିରା ବ୍ଲକ ବିଡିଓ ଭାବେ ନିଯୁକ୍ତି ମିଳିଛି ।

ଏହି ୮ ଅଫିସରଙ୍କୁ ଅଗଷ୍ଟ ୧୯ରୁ ସେପ୍ଟେମ୍ବର ୨୮ତାରିଖ ପର୍ଯ୍ୟନ୍ତ ୬ ସପ୍ତାହ ପାଇଁ ସ୍ୱାଧୀନ ଭାବେ ବିଡିଓ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଇଏଏସ୍ ଅଫିସରମାନେ ବିଡିଓଙ୍କୁ ମିଳିଥିବା ଉଭୟ ପ୍ରଶାସନିକ ଓ ଆର୍ଥିକ କ୍ଷମତାକୁ ଉପଯୋଗ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହି ଅବଧି ମଧ୍ୟରେ ସେଠାରେ କାର୍ଯ୍ୟରତ ବିଡିଓମାନଙ୍କୁ ଜିଲ୍ଲାର ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ବଦଳି କରାଯାଇଛି ।

Advertisment
Ias Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe