୮ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ: ରାଜ୍ୟରେ ସଡ଼କ ଭିତ୍ତିଭୂମି ସୁଦୃଢ଼ ପାଇଁ ୨ଟି ନୂଆ ଯୋଜନା

ଗ୍ରାମାଂଚଳରେ ପରିବହନ ସେବା ପାଇଁ ଉଦ୍ଦିଷ୍ଟ ‘ମୁଖ୍ୟମନ୍ତ୍ରୀ ବସସେବା’ରେ ବିଭିନ୍ନ ବର୍ଗର ଲୋକଙ୍କୁ ପରିବହନ ରିହାତି ସହ ଯୋଜନାକୁ ୨୦୩୩ ମସିହା ପର୍ଯ୍ୟନ୍ତ ବୃଦ୍ଧି,  ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ‘ନିଦାନ’କୁ ଆଉ ୫ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ଭଳି ୫ଟି ବିଭାଗର ମୋଟ ୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Odisha Lokseva Bhawan

ଲୋକସେବା ଭବନ

Ordigital Desk
  • Published: Thursday, 08 May 2025
  • Updated: 08 May 2025, 02:39 PM IST

Sports

Latest News

ଗ୍ରାମାଂଚଳରେ ସଡ଼କ ଭିତ୍ତିଭୂମିରେ ସୁଧାର, ପ୍ରାକୃତିକ ବିପର୍ଯ୍ୟୟବେଳେ ସଡ଼କ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ୨ଟି ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରାୟ ୧୪୨୬କୋଟି ଟଙ୍କା ବ୍ୟୟବରାଦରେ ଏହି ଦୁଇଟି ସଡ଼କ ନିର୍ମାଣ ଯୋଜନାକୁ କାର୍ଯ୍ୟକାରୀ ପାଇଁ ଲକ୍ଷ୍ୟ ରଖାଯାଇଛି । ବିଶେଷକରି ରାଜ୍ୟର ବିପର୍ଯ୍ୟୟ ପ୍ରଭାବିତ ଅଂଚଳରେ ବିପର୍ଯ୍ୟୟ ସମୟରେ ଓ ପରେ ସଡ଼କ ଯୋଗାଯୋଗରେ ସର୍ବନିମ୍ନ ବ୍ୟାଘାତ ସୁନିଶ୍ଚିତ କରିବାକୁ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ବିପର୍ଯ୍ୟୟ ପ୍ରତିରୋଧ ସଡ଼କ’ ନାମକ ୫ବର୍ଷିଆ ଯୋଜନାରେ ୧୦୦୦କୋଟି ଟଙ୍କା , ଗ୍ରାମାଂଚଳରେ ସଡ଼କ ନିର୍ମାଣ ଓ ଉନ୍ନତିକରଣ ନିମନ୍ତେ ୪୨୬କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।

ଏହାସହିତ ଗ୍ରାମାଂଚଳରେ ପରିବହନ ସେବା ପାଇଁ ଉଦ୍ଦିଷ୍ଟ ‘ମୁଖ୍ୟମନ୍ତ୍ରୀ ବସସେବା’ରେ ବିଭିନ୍ନ ବର୍ଗର ଲୋକଙ୍କୁ ପରିବହନ ରିହାତି ସହ ଯୋଜନାକୁ ୨୦୩୩ ମସିହା ପର୍ଯ୍ୟନ୍ତ ବୃଦ୍ଧି,  ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ‘ନିଦାନ’କୁ ଆଉ ୫ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ଭଳି ୫ଟି ବିଭାଗର ମୋଟ ୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ବୁଧବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏସବୁ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ନେଇ ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା- ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ

ରାଜ୍ୟରେ ବିପର୍ଯ୍ୟୟ ସମୟରେ ସଡ଼କ ଯୋଗାଯୋଗକୁ ସୁନିଶ୍ଚିତ କରାଇବା ନିମନ୍ତେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା- ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାମକ ନୂଆ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଅଧୀନରେ ରାସ୍ତାଗୁଡ଼ିକର ଉଚ୍ଚତା ବୃଦ୍ଧି, ପଥର ପ୍ୟାକିଂ, ଜଳ ନିଷ୍କାସନ ପାଇଁ କ୍ରସ୍ ଡ୍ରେନେଜ୍ ଓ ନଳା ପୋଲ-ବ୍ରିଜ୍ ନିର୍ମାଣ, ସେତୁ ଆଦି କାର୍ଯ୍ୟ କରାଯିବ। ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଏହି ଯୋଜନାରେ ୧୦୦୦ କୋଟି ଟଙ୍କା ବ୍ୟୟ କରାଯିବ, ଯେଉଁଥିରେ ପ୍ରାୟ ୫୦୦ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ଆଗତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ଗ୍ରାମାଂଚଳ ସଡ଼କ ନିର୍ମାଣ ପାଇଁ ୪୨୬କୋଟି ଟଙ୍କା

ରାଜ୍ୟର ୩୦ଟି ଜିଲ୍ଲାର ୧୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଗ୍ରାମାଂଚଳ ରାସ୍ତାର ନିର୍ମାଣ ଓ ଉନ୍ନତିକରଣ ନିମନ୍ତେ ଏକ ନୂଆ ଯୋଜନା ‘ନିର୍ବାଚନମଣ୍ଡଳୀୱାରୀ ଅର୍ଥ ବ୍ୟବସ୍ଥା) ଆରମ୍ଭ କରାଯାଇଛି । ଏହି ଯୋଜନାରେ ୨୦୨୪-୨୫ରୁ ୨୦୨୬-୨୭ ଆର୍ଥିକ ବର୍ଷରେ ମୋଟ ୪୨୬କୋଟି ଟଙ୍କା ଖର୍ଚ୍ଚ କରାଯିବ । ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀନରେ ଥିବା ରାସ୍ତାର ଉନ୍ନତିକରଣ କରାଯିବ । ଶିକ୍ଷାନୁଷ୍ଠାନ, ଚିକିତ୍ସା ସୁବିଧା, ବ୍ଲକ ଓ ପଂଚାୟତ ମୁଖ୍ୟାଳୟ, ବଜାର ସ୍ଥାନ ଓ ପର୍ଯ୍ୟଟନ ସ୍ଥାନ ଆଦିକୁ ଏହାଦ୍ୱାରା ଉତ୍ତମ ସଡ଼କ ସଂଯୋଗ ହୋଇପାରିବ ।

୨୦୩୩ ମସିହା ପର୍ଯ୍ୟନ୍ତ ବଢ଼ିଲା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

ଗ୍ରାମାଂଚଳରେ ସୁଲଭ ଓ ନିରାପଦ ବସ୍ ପରିବହନ ସେବା ଯୋଗାଇ ଦେବା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ଯୋଜନା ଆସନ୍ତା ୨୦୩୨-୩୩ ମସିହା ପର୍ଯ୍ୟନ୍ତ ବୃଦ୍ଧି ନିମନ୍ତେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ  ଯାତାୟତ କରୁଥିବା ବସଗୁଡ଼ିକରେ ସିସିଟିଭି, ଲାଇଭ ଟ୍ରାକିଂ, ପାନିକ୍ ବଟନ, ଆଡଭାନ୍ସ ଡ୍ରାଇଭର ସହାୟତା ବ୍ୟବସ୍ଥା ଆଦି ସୁବିଧା ରହିବ । ମହିଳା, କିନ୍ନର, ଛାତ୍ରଛାତ୍ରୀ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ୫୦ ପ୍ରତିଶତ ଭଡ଼ା ରିହାତି ଯୋଗାଇ ଦିଆଯିବ । ଏହି ଯୋଜନାକୁ ଭବିଷ୍ୟତରେ ଆବଶ୍ୟକତା ଅନୁସାରେ ମଧ୍ୟ ବୃଦ୍ଧି କରାଯାଇପାରିବ ବୋଲି କୁହାଯାଇଛି । ବିଜେଡି ସରକାର ସମୟରେ ‘ଲକ୍ଷ୍ମୀ ବସ୍‌’ ନାମରେ ଗ୍ରାମାଂଚଳକୁ ଏସି ଓ ନନଏସି ବସ୍ ପରିବହନ ସେବା ଯୋଗାଇ ଦିଆଯାଇଥିଲା, ଯାହାକୁ ବିଜେପି ସରକାର ନାମ ପରିବର୍ତ୍ତନ କରି ‘ମୁଖ୍ୟମନ୍ତ୍ରୀ ବସସେବା’ କରିଛନ୍ତି ।

ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ‘ନିଦାନ’ ଆଉ ୫ବର୍ଷ ବଢ଼ିଲା

ରାଜ୍ୟ ସରକାର ‘ମାଗଣା ନିଦାନ ଓ ଡାଏଲିସିସ୍ ସେବା-ନିଦାନ’କୁ ଆଉ ୫ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ନିମନ୍ତେ ୨୪୫୯.୫୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ଏହି ‘ନିଦାନର ଦ୍ୱିତୀୟ ପର୍ଯ୍ୟାୟ ଅବଧି’କୁ ମଞ୍ଜୁରୀ ଦେଇଛନ୍ତି । ‘ନିଦାନ’ ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ଓ ସାର୍ବଜନୀନ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ମାମଣା ସ୍ୱାସ୍ଥ୍ୟ ପରୀକ୍ଷା ସେବା ଯୋଗାଇ ଦିଆଯାଇଥାଏ । ମାଗଣା ଡାଇଗ୍ନୋଷ୍ଟିକ ସେବା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସ୍ୱାସ୍ଥ୍ୟ ସେବାର ପ୍ରତ୍ୟେକ ସ୍ତରରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ପାଥୋଲୋଜିକାଲ ପରୀକ୍ଷାର ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ମେଡିକାଲ ସବସେଂଟରଗୁଡ଼ିକରେ ୧୬ଟି ପରୀକ୍ଷା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬୫ଟି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୩ଟି, ଉପଖଣ୍ଡ ଚିକିତ୍ସାଳୟରେ ୧୨୧ଟି, ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୧୪୬ଟି ଓ ମେଡିକାଲ କଲେଜ ଓ ହସ୍ପିଟାଲରେ ୨୨୧ଟି ପାଥୋଲୋଜିକାଲ ଟେଷ୍ଟ ମାଗଣାରେ କରାଯିବ । ଏହାସହିତ ଏମଆରଆଇ ଓ ସିଟି ସ୍କାନ୍ ସେବା ମଧ୍ୟ ମାଗଣାରେ ଉପଲବ୍ଧ ହେବ ।

ପେନସନ୍ ନିୟମରେ ଅସଙ୍ଗତିରେ ସଂଶୋଧନ

ଓଡ଼ିଶା ସିଭିଲ୍ ସର୍ଭିସ(ପେନସନ) ରୁଲସ-୧୯୯୨ରେ ଥିବା ଅସଙ୍ଗତିକୁ ଦୂର ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଏଥିରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ୨୦୧୧ ଅଗଷ୍ଟ ୧୨ତାରିଖରୁ ରାଜ୍ୟ ସରକାର ମୃତ ସରକାରୀ କର୍ମଚାରୀ, ପେନସନଭୋଗୀ ଅବିବାହିତା, ବିଧବା, ସ୍ୱାମୀ ପରିତ୍ୟକ୍ତା, ଭିନ୍ନକ୍ଷମ ବିଧବା, ଭିନ୍ନକ୍ଷମ ସ୍ୱାମୀ ପରିତ୍ୟକ୍ତା ୨୫ବର୍ଷରୁ ଊର୍ଦ୍ଧ୍ୱ ଝିଅମାନଙ୍କୁ ଫ୍ୟାମିଲି ପେନସନ୍ ପ୍ରଦାନ କରୁଛନ୍ତି । କିନ୍ତୁ ପେନସନ୍ ଓ ଫ୍ୟାମିଲି ପେନସନ୍ ପ୍ରଦାନରେ ଥିବା ଅସଙ୍ଗତିକୁ ଦୂର କରିବା ପାଇଁ ରାଜ୍ୟ ସରକାର ଏହି ସଂଶୋଧନ ପ୍ରସ୍ତାବ ଆଣିଛନ୍ତି ।

ଓଡ଼ିଶା ଭେଟେରିନାରୀ ଟେକ୍ନିକାଲ୍ କ୍ୟାଡ଼ରରେ ୧୧୩ଟି ନୂଆ ପଦବୀ

୧୯୮୩ ମସିହାର ଓଡ଼ିଶା ନନ୍ ଗେଜେଟେଡ୍ ଭେଟେରିନାରୀ ଟେକ୍ନିକାଲ୍ ସର୍ଭିସ୍ ନିୟମାବଳୀକୁ ବାତିଲ କରି ନୂଆ ଓଡ଼ିଶା ଭେଟେରିନାରୀ ଟେକ୍ନିକାଲ୍ ସର୍ଭିସ୍ (ନିଯୁକ୍ତି ଓ ସେବା ସର୍ତ୍ତ) ରୁଲସ-୨୦୨୪ ପ୍ରଣୟନ କରାଯାଇଛି । ଏହା ଓଡ଼ିଶା ଭେଟେରିନାରୀ ଟେକ୍ନିକାଲ୍ ସର୍ଭିସର ପୁନର୍ଗଠିତ କ୍ୟାଡରକୁ ନିୟନ୍ତ୍ରଣ କରିବ । ଏହି କ୍ୟାଡରର ପଦବୀ ସଂଖ୍ୟା ୪୦୪୫ରୁ ବୃଦ୍ଧି କରି ୪୧୫୮କୁ ବୃଦ୍ଧି କରାଯାଇଛି, ଯେଉଁଥିରେ ୧୧୩ଟି ନୂଆ ପଦବୀ ସୃଷ୍ଟି ହୋଇଛି ଓ ଏହାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୨୦୨୨ କୋଟି

ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଉପଯୁକ୍ତ ବାୟୋ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନାକୁ ସୁନିଶ୍ଚିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ବାୟୋ ମେଡିକାଲ ବର୍ଜ୍ୟ ପରିଚାଳନା ରୁଲସ-୨୦୧୬ ଏବଂ ପରବର୍ତ୍ତୀ ସଂଶୋଧନ ନିୟମକୁ ଅନୁସରଣ କରାଯାଉଛି । ଏହା ମାଧ୍ୟମରେ ପରିବେଶ ସୁରକ୍ଷା ଓ ସୁରକ୍ଷିତ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ଯୋଜନାର ରାଜ୍ୟ ବଜେଟରୁ ମୋଟ ୨୦୨୧.୮୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

ନିର୍ମଳ ଯୋଜନା ଆଉ ୫ବର୍ଷ ବଢ଼ିଲା, ୫୧୭୫କୋଟି ଖର୍ଚ୍ଚ

ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆନୁସଙ୍ଗିକ ସେବାକୁ ସୁଦୃଢ଼ କରିବା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ‘ନିର୍ମଳ’ଯୋଜନାର କାର୍ଯ୍ୟକାଳ ଆଉ ୫ବର୍ଷ ବୃଦ୍ଧି ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଏହି କାର୍ଯ୍ୟକାଳ ବୃଦ୍ଧି ସହ ୫୧୭୪.୭୯ କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ବ୍ୟୟବରାଦ ହୋଇଛି । ରାଜ୍ୟ କ୍ୟାବିନେଟ୍ ଏହି ‘ନିର୍ମଳ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାଳ ବୃଦ୍ଧି ଓ ବଜେଟ ବ୍ୟୟବରାଦକୁ ମଞ୍ଜୁରୀ ଦେଇଛନ୍ତି । ଏହି ଯୋଜନାରେ ରାଜ୍ୟର ସମସ୍ତ ପ୍ରାଥମିକ ଉପସ୍ୱାସ୍ଥ୍ୟକେନ୍ଦ୍ରଠୁ ଆରମ୍ଭ କରି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପର୍ଯ୍ୟନ୍ତ, ମେଡିକାଲ କଲେଜ ହଷ୍ଟେଲ, ଆୟୁଷ କଲେଜ ଓ ହଷ୍ଟେଲ, ନର୍ସିଂ ସ୍କୁଲ,କଲେଜ ଓ ହଷ୍ଟେଲ ଇତ୍ୟାଦିରେ ଏହି ଯୋଜନାରେ ଆନୁସଙ୍ଗିକ ସେବା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story