Advertisment

ଆମକୁ ମେଡିକାଲରେ ରହିବାକୁ ସ୍ଥାନ ଦିଅ; ଘରକୁ ଗଲେ ପୁଅ ପିଟିବ

ଘରକୁ ଗଲେ ପୁଅ ପୁଣି ପିଟିବ, ତେଣୁ ମେଡିକାଲରେ ରହିବାକୁ ଆମକୁ ଅନୁମତି ଦିଅ ବୋଲି ଗୁହାରୀ ହେଉଛନ୍ତି କାଳନ୍ଦୀ ଓ ନୟନା।

author-image
Manoj Swain

ଆଜି ବି ଅବହେଳିତ ବାପା-ମା'। ୫ପୁଅ ଝିଅ ଥାଇ ବି ବୃଦ୍ଧ ବାପା-ମା' ଅବହେଳିତ। ପୁଅର ମାଡ଼ ଭୟରେ ମେଡିକାଲରେ ଦିନ କାଟୁଛନ୍ତି ବାପା-ମା'। ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଘରକୁ ଗଲେ ପୁଅ ପୁଣି ପିଟିବ, ତେଣୁ ମେଡିକାଲରେ ରହିବାକୁ ଆମକୁ ଅନୁମତି ଦିଅ ବୋଲି ଗୁହାରୀ ହେଉଛନ୍ତି କାଳନ୍ଦୀ ଓ ନୟନା। ମାତ୍ର ମେଡିକାଲ କର୍ତ୍ତୃପକ୍ଷ ସେମାନଙ୍କ ଦୁଃଖ ନ ବୁଝିଲେ କ’ଣ କରିବେ ବୋଲି କୋହ ଭରା କଣ୍ଠରେ କହିଛନ୍ତି ନୟନା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bhadrak Odisha