Advertisment

ସନାତନ ମହାକୁଡ଼ଙ୍କ ବିରୋଧରେ ଚାଲିଥିବା ନିର୍ବାଚନୀ ମାମଲା ଖାରଜ

ନିୟମ ଅନୁସାରେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୪୫ ଦିନ ଭିତରେ ନିର୍ବାଚନୀ ଅନିୟମିତତା ମାମଲା ଦାୟର ହୋଇପାରିବ। ହେଲେ ଚମ୍ପୁଆର ସ୍ୱାଧୀନ ପ୍ରାର୍ଥୀ ଗୁରୁବକ୍ସ ସିଂ ଆଲୁୱାଲିଆ ଧାର୍ଯ୍ୟ ସମୟଠାରୁ ୧୧ ଦିନ ପରେ ମାମଲା ଦାୟର କରିଥିଲେ

author-image
Manoranjan Sial
undefined

High Court

ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ବିରୋଧରେ ଚାଲିଥିବା ନିର୍ବାଚନୀ ଅନିୟମିତତା ମାମଲା ଖାରଜ ହୋଇଛି। ମାମଲା ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ। ଧାର୍ଯ୍ୟ ସମୟ ସୀମା ପରେ ମାମଲା ଦାଖଲ ହେବାରୁ ଖାରଜ ହୋଇଛି। ଚମ୍ପୁଆରୁ ପ୍ରାର୍ଥୀ ଥିବା ଗୁରୁବକ୍ସ ସିଂ ଆଲୁୱାଲିଆ ମାମଲା କରିଥିଲେ।

Advertisment

ନିୟମ ଅନୁସାରେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୪୫ ଦିନ ଭିତରେ ନିର୍ବାଚନୀ ଅନିୟମିତତା ମାମଲା ଦାୟର ହୋଇପାରିବ। ହେଲେ ଚମ୍ପୁଆର ସ୍ୱାଧୀନ ପ୍ରାର୍ଥୀ ଗୁରୁବକ୍ସ ସିଂ ଆଲୁୱାଲିଆ ଧାର୍ଯ୍ୟ ସମୟଠାରୁ ୧୧ ଦିନ ପରେ ମାମଲା ଦାୟର କରିଥିଲେ। ତେଣୁ ଓଡିଶା ହାଇକୋର୍ଟ ତାଙ୍କ ମାମଲାକୁ ଖାରଜ କରିଦେଇଛନ୍ତି।

ସୂଚନାରୁ ପ୍ରକାଶ, ଚଳିତ ସାଧାରଣ ନିର୍ବାଚନରେ ବିଜେଡିରୁ ସନାତନ ମହାକୁଡ଼ ବିଜୟୀ ହୋଇଥିଲେ। ସେ ବିଜେପିର ବିଧାୟକ ପ୍ରାର୍ଥୀ ମୂରଲୀ ମୋହନ ଶର୍ମାଙ୍କୁ ପରାସ୍ତ କରିଥିଲେ। ତେବେ ନିର୍ବାଚନ ଫଳାଫଳ ପ୍ରକାଶ ପରେ ନିର୍ବାଚନୀ ଅନିୟମିତତା ଅଭିଯୋଗ ଆଣିଥିଲେ ସ୍ୱାଧୀନ ପ୍ରାର୍ଥୀ।

Advertisment
High Court BjD Orissa High Court