Advertisment

ମାଛକୁଣ୍ଡ ପାୱାର ହାଉସରେ ପଶିଲା ବନ୍ୟା ଜଳ: ବିଦ୍ୟୁତ ଉତ୍ପାଦନ ବନ୍ଦ

ମାଛକୁଣ୍ଡ ପାୱାର ହାଉସରୁ ଦୈନିକ ୮୦ ମେଗାୱଟ ବିଦ୍ୟୁତ ଉତ୍ପାଦନ ହୁଏ। ଏହା ଆଜି ବନ୍ଦ ହେବା ପରେ ବିଦ୍ୟୁତ୍ ସେବା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।

ଅଦ୍ୟତନ ହୋଇଛି
Machkunda power house

Machkunda power house

Advertisment

କୋରାପୁଟ ଜିଲ୍ଲା ଲମତାପୁଟରେ ଥିବା ମାଛକୁଣ୍ଡ ପାୱାର ହାଉସରେ ପଶିଯାଇଛି ବନ୍ୟା ଜଳ। ଫଳରେ ପ୍ରକଳ୍ପରେ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଛି। ବିଦ୍ୟୁତ ଉତ୍ପାଦନ ବନ୍ଦ ନେଇ ବିଦ୍ୟୁତ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ମାଛକୁଣ୍ଡ ପାୱାର ହାଉସରୁ ଦୈନିକ ୮୦ ମେଗାୱଟ ବିଦ୍ୟୁତ ଉତ୍ପାଦନ ହୁଏ। ଏହା ଆଜି ବନ୍ଦ ହେବା ପରେ ବିଦ୍ୟୁତ୍ ସେବା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।

Advertisment

ମାଛକୁଣ୍ଡ ପାୱାର ହାଉସରେ ୨ନମ୍ବର ୟୁନିଟ୍ ଭିତରେ ବନ୍ୟା ଜଳ ପ୍ରବେଶ କରିଛି। ବନ୍ୟା ଜଳ ବାହାର କରିବାକୁ କର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି। ପାଇପ୍ ଲଗାଇ ପାଣି ବାହାର କରିବାକୁ ଚେଷ୍ଟା କରାଯାଉଛି।

ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ମୁଖ୍ୟ ଜଳଭଣ୍ଡାରରେ ବିପଦ ସଂକେତ ଉପରେ ବନ୍ୟା ଜଳ ରହିଛି। ଜଳଭଣ୍ଡାର ଭିତରେ ବନ୍ୟା ଜଳ ପ୍ରବେଶ କରୁଥିବାରୁ ୫ଟି ଗେଟ୍ ଖୋଲି ଦିଆଯାଇଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨୩ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି। ସେହିପରି ମାଛକୁଣ୍ଡ ଡ଼ି ଡ୍ୟାମରୁ ୪ଟି ଗେଟରେ ୨୦ ହଜାର କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସନ କରାଯାଇ ମାଛକୁଣ୍ଡ ନଦୀରେ ଛଡା ଯାଉଛି।

Advertisment

ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରେ ୧୩୨ ମିୱଲିମିଟର ବର୍ଷା ରେକର୍ଡ କରାଯାଇଛି। ମୂଷଳଧାରାରେ ବର୍ଷା ପରେ ଫୁଲିଛି କୋଲାବ ଡ୍ୟାମର ଜଳସ୍ତର। ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଛି। ଏକର ଏକର ଜମି ଜଳବନ୍ଦୀ ହୋଇଛି। ଦୀଗାପୁରଠାରେ ଥିବା ବ୍ରିଜ୍ ଉପରେ ଚାଲୁଛି ପାଣି। ଫଳରେ କୁନ୍ଦୁରା ଦୀଗାପୁରଠାରୁ ଘୁମରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସେହିପରି ଜଲାପୁଟ ଡ୍ୟାମର ୨ଟି ଓ ସ୍ପିଲୱେ ଡ୍ୟାମରୁ ୪ଟି ଗେଟ୍ ଖୋଲାଯାଇଛି। ଆଜି ବି କୋରାପୁଟ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ନଦୀ ଅବବାହିକାରେ ଥିବା ଗାଁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା ଜରୁରୀ ଅଧିକାରୀ ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।

Heavy Rain Flood Situation Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe