Advertisment

ଚୋରି ହୋଇଗଲା ବିଦ୍ୟୁତ୍ ତାର, ୪ ଦିନ ହେଲା ପୂରା ଗାଁ ଅନ୍ଧାର

୪ ଦିନ ହେବ ପୂରା ଗାଁ ଅନ୍ଧାରରେ ରହିଛି

Electrical wire

Electrical wire

Advertisment

ଚୋରି ହୋଇଗଲା ବିଦ୍ୟୁତ୍ ତାର। ୪ ଦିନ ହେବ ପୂରା ଗାଁ ଅନ୍ଧାରରେ ରହିଛି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତର ରଙ୍ଗାମାଟିଆ ଗାଁରେ।

Advertisment

ଗାଁରେ ୨୦ରୁ ଅଧିକ ବିଦ୍ୟୁତ ଖୁଣ୍ଟି ଦ୍ୱାରା ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ହୋଇଛି। ତେବେ ୨୦ ତାରିଖ ରାତି ପ୍ରାୟ ୧୨ଟା ବେଳେ ଦୁର୍ବୃତ୍ତ ମାନେ ୨୦ରୁ ଅଧିକ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ୧୦ ହଜାର ମିଟରରୁ ଅଧିକ ତାର ଚୋରି କରି ନେଇଥିଲେ। ସେତେବେଳେ ଗ୍ରାମବାସୀ ନିଜ ନିଜ ଘରେ ଶୋଇଥିଲେ। ଅଧିକ ରାତି ହୋଇଥିବାରୁ ତଥା କୌଣସି କାରଣରୁ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଥିବା ଭାବି କେହି ଯାଞ୍ଚ କରିନଥିଲେ। ସକାଳ ହେବା ପରେ ଗ୍ରାମବାସୀମାନେ ଦେଖିଥିଲେ ଯେ ବୁଦ୍ୟୁତ୍ ଖୁଣ୍ଟିରେ ତାର ନାହିଁ। ଏହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଘଟଣା ସମ୍ପର୍କରେ ସେମାନେ ବିଦ୍ୟୁତ ବିଭାଗର ସ୍ଥାନୀୟ ଜେଇଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହାସହିତ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଆଜକୁ ଚାରି ଦିନ ବିତି ଯାଇଥିଲେ ହେଁ ଗାଁକୁ ପୁନଃବିଦ୍ୟୁତ୍‌ ସଞ୍ଜୋଗ ହୋଇପାରି ନାହିଁ। ନିଦା ବିଷ୍ଣୁ ପାଲଟିଛି ବିଦ୍ୟୁତ ବିଭାଗ। ଫଳରେ ଗାଁରେ ବସବାସ କରୁଥିବା ପ୍ରାୟ ୩୫ଟି ପରିବାର ବହୁତ ହଇରାଣ ହେଉଛନ୍ତି। ଏବେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେହି କେହି ଡିବିରି ଜାଳି ପଢିବାକୁ ବାଧ୍ୟ ହେଉଛନ୍ତି।

Advertisment
Dhenkanalଡିବିରି ଜାଳି ପଢୁଛନ୍ତି ପିଲାମାନେ

ତୁରନ୍ତ ବିଦ୍ୟୁତ୍‌ ସରବରାହକୁ ପୁନଃସ୍ଥାନିତ କରିବାକୁ ଗ୍ରାମବାସୀ ମାଦେ ଦାବି କରିଛନ୍ତି।

Village Electrification
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe