Advertisment

ସେପ୍ଟେମ୍ବର ସୁଦ୍ଧା ସବୁ ଘରକୁ ବିଜୁଳି ସଂଯୋଗ, ବନ୍ଦ ହୋଇନି ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା: ଶକ୍ତି ମନ୍ତ୍ରୀ

ଆଜି ବିଧାନସଭାରେ ବିଧାୟକ ପବିତ୍ର ସାଉଁନ୍ତା ଓ ଗଣେଶ୍ୱର ବେହେରାଙ୍କ ଦୁଇଟି ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସିଂଦେଓ କହିଛନ୍ତି ଯେ, ରାଜ୍ୟରେ ବିଦ୍ୟୁତସଂଯୋଗ ପାଇନଥିବା ବାସ ଘରଗୁଡ଼ିକୁ ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ କରାଯାଇଛି।

author-image
Ordigital Desk
Light

Light

ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଦ୍ୟୁତ ସଂଯୋଗ କରାଯିବ। ଏନେଇ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି। ଏଥିସହିତ ଗରିବଙ୍କୁ ବିଦ୍ୟୁତ ସଂଯୋଗ ପାଇଁ ରାଜ୍ୟ ସରକାରଙ୍କ ‘ବିଜୁ ଗ୍ରାମ୍ୟଜ୍ୟୋତି ଯୋଜନା’ ଏବେବି ବଳବତ୍ତର ରହିଛି ବୋଲି ସେ କହିଛନ୍ତି ।

Advertisment

ଆଜି ବିଧାନସଭାରେ ବିଧାୟକ ପବିତ୍ର ସାଉଁନ୍ତା ଓ ଗଣେଶ୍ୱର ବେହେରାଙ୍କ ଦୁଇଟି ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସିଂଦେଓ କହିଛନ୍ତି ଯେ, ରାଜ୍ୟରେ ବିଦ୍ୟୁତସଂଯୋଗ ପାଇନଥିବା ବାସ ଘରଗୁଡ଼ିକୁ ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ କରାଯାଇଛି। ବିଦ୍ୟୁତିକରଣ ପାଇଁ ବିଭିନ୍ନ ଡିସକମ୍ କମ୍ପାନୀକୁ ୪୧୫ କୋଟି ଟଙ୍କା ଦିଆଯାଇଛି। ସେହି ବାସଗୃହଗୁଡ଼ିକରେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ବିଦ୍ୟୁତସଂଯୋଗ ଯୋଗାଇ ଦେବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି।

ସେହିପରି ରାଜ୍ୟରେ ଗରିବ ଓ ଅସହାୟ ପରିବାରକୁ ମାଗଣାରେ ବିଦ୍ୟୁତ ଯୋଗାଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ‘ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା’ ବନ୍ଦ ହୋଇନାହିଁ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ସ୍ପଷ୍ଟ କରିବା ସହ ଏହି ଯୋଜନାରେ ବିଦ୍ୟୁତିକରଣରୁ ବଂଚିତ ବାସଗୃହକୁ ବିଦ୍ୟୁତ ସଂଯୋଗ ଦିଆଯାଉଛି ବୋଲି କହିଛନ୍ତି।

Advertisment

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଜୁ ଓ ନବୀନଙ୍କ ନାଁରେ ପରିଚାଳିତ ବିଭିନ୍ନ ଯୋଜନାକୁ ବନ୍ଦ କରିଦେଇଛନ୍ତି । ତେବେ ନବୀନ ପଟ୍ଟନାୟକ ସରକାର ଦ୍ୱାରା ଆରମ୍ଭ ହୋଇଥିବା ବିଜୁ ଗ୍ରାମ୍ୟଜ୍ୟୋତି ଯୋଜନା ଏବେବି କାର୍ଯ୍ୟକ୍ଷମ ଥିବା ମନ୍ତ୍ରୀ ସିଂହଦେଓ କହିଛନ୍ତି।

Bjp Electricity Consumer