Advertisment

ରଥଟଣାବେଳେ ଲାଗିଗଲା ବିଦ୍ୟୁତ ତାର, ୬ ମୃତ

ଅଧବାଟରେ ରଥ ଉପରେ ଲାଗିଥିବା ଲୁହା ଗୁମୁଟ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ତା’ସହ ତାର ଛିଣ୍ଡି ଶ୍ରଦ୍ଧାଳୁଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ କିଛି ବ୍ୟକ୍ତି ଓ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଉ କିଛି ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିଲା।

Ratha yatra

Ratha yatra

Advertisment

ପଡ଼ୋଶୀ ବାଂଲାଦେଶରେ ରଥଟଣାବେଳେ ବଡ଼ଧରଣର ଅଘଟଣ। ଇସ୍କନ୍ ପକ୍ଷରୁ ଆୟୋଜିତ ରଥଯାତ୍ରାବେଳେ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ପ୍ରାୟ ୩୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ସେଉଜଗରି ଜିଲ୍ଲା ବୋଗ୍ରାରେ ଗତକାଲି ଘଟିଛି ଏହି ଅଘଟଣ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ପୁଲିସ ଲାଇନ ଶିବ ମନ୍ଦିରରେ ଥିବା ଗୁଣ୍ଡିଚା ଘରକୁ ରଥଟାଣି ଯାଉଥିଲେ ସମସ୍ତ ଶ୍ରଦ୍ଧାଳୁ। କିନ୍ତୁ, ଅଧବାଟରେ ରଥ ଉପରେ ଲାଗିଥିବା ଲୁହା ଗୁମୁଟ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ତା’ସହ ତାର ଛିଣ୍ଡି ଶ୍ରଦ୍ଧାଳୁଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ କିଛି ବ୍ୟକ୍ତି ଓ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଉ କିଛି ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିଲା।

ସେହି ସମୟରେ ଦୃଶ୍ୟ, ଯିଏ ଦେଖୁଛି ସମସ୍ତଙ୍କୁ ବିଚଳିତ କରୁଛି। ବର୍ତ୍ତମାନ ଏହି ଅଘଟଣରେ ୩୫ ଜଣଙ୍କ ଅବସ୍ଥା ଗୁରତର ଥିବା ସୂଚନା ମିଳିଛି। ଫଳରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ବାଂଲାଦେଶ ସରକାର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Ratha Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe