Advertisment

ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଉଥିଲେ, ହାତୀ ହାବୁଡ଼ରେ ପଡ଼ିଗଲେ

ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ଗ୍ରାମବାସୀ ଦାବି କରିଥିଲେ।

author-image
Tapaswini Nayak
Elephant

Elephant

ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଉଷୁମୁଣ୍ଡି ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଉଷୁମୁଣ୍ଡି ଗାଁର ଇତ ୱାରୀ ଭଦ୍ରା।

Advertisment

ଗତକାଲି ରାତି ପ୍ରାୟ ୩ଟା ସମୟରେ ଖାଦ୍ୟ ଅନ୍ୱେଷଣରେ ଗାଁକୁ ହାତୀ ପଲ ପଶି ଆସିଥିଲେ। ଗ୍ରାମବାସୀ ହାତୀକୁ ଘଉଡାଇବା ବେଳେ ଜୀବନ ବଞ୍ଚାଇବାକୁ ଇତୱାରୀ ଘର ଭିତରୁ ବାହାରି ଦୌଡି ପଳାଉଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ବନ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ଗ୍ରାମବାସୀ ଦାବି କରିଥିଲେ।

Advertisment
Sudargarh