Advertisment

ଗୋରୁପଲରେ ହାତୀ ଛୁଆ

ସନ୍ଧ୍ୟାରେ ଗୋରୁପଲ ଗାଁକୁ ଫେରିବା ବେଳେ ସେମାନଙ୍କ ମଧ୍ୟରେ ଥିଲା ହାତୀ ଛୁଆଟି। ହାତୀ ଛୁଆକୁ ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହେବା ସହ ତାକୁ ଉଦ୍ଧାର କରିଥିଲେ।

anugul

anugul

Advertisment

ଗୋରୁପଲରେ ହାତୀ ଛୁଆ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ! ଗୋରୁପଲରେ ହାତୀ ଛଆକୁ ଦେଖି ଅନୁଗୋଳ ଜିଲ୍ଲା ଗଣ୍ଠିଗାଡ଼ିଆ ଗାଁ ଲୋକେ ବି ଆଶ୍ଚର୍ଯ୍ୟ ହୋଇଥିଲେ।

Advertisment

ଗୁରୁବାର (ଗତକାଲି) ସନ୍ଧ୍ୟାରେ ଗୋରୁପଲ ଗାଁକୁ ଫେରିବା ବେଳେ ସେମାନଙ୍କ ମଧ୍ୟରେ ଥିଲା ହାତୀ ଛୁଆଟି। ହାତୀ ଛୁଆକୁ ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହେବା ସହ ତାକୁ ଉଦ୍ଧାର କରିଥିଲେ। ହାତୀ ଛୁଆଟି ଦୁର୍ବଳ ଦେଖା ଯାଉଥିବାରୁ ତାକୁ ଖାଦ୍ୟ ଓ ପାଣି ଦେଇଥିଲେ। ଏହା ସହିତ ବନ ବିଭାଗକୁ ଖବର ଦେଇଥିଲେ।

ହାତୀ ଛୁଆଟି ଗଣ୍ଠିଗାଡ଼ିଆ ଜଙ୍ଗଲରୁ ଗୋରୁପଲ ସହ ଗାଁକୁ ଚାଲି ଆସିଥିଲା। ଗଣ୍ଠିଗାଡ଼ିଆ ଜଙ୍ଗଲରେ ଏକ ୩୦ ଟିକିଆ ହାତୀପଲ ଥିବା ବେଳେ ଛୁଆ ହାତୀଟି ଗୋଠଛଡ଼ା ହୋଇ ଗୋରୁପଲ ସହ ମିଶି ଯାଇଥିଲା। ବନ କର୍ମଚାରୀମାନେ ଆସିବା ପରେ ହାତୀ ଛୁଆକୁ ହାତୀପଲରେ ମିଶାଇବାକୁ ଚେଷ୍ଟା କରିଥିଲେ। ଗତକାଲି ସନ୍ଧ୍ୟା ୭ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଏହି ପ୍ରୟାସ କରି ବିଫଳ ହୋଇଥିଲେ ବନକର୍ମଚାରୀ। ଆଜି ସକାଳେ ମଧ୍ୟ ହାତୀ ଛୁଆଟିକୁ ହାତୀପଲରେ ମିଶାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ହାତୀପଲ ତାକୁ ଗ୍ରହଣ ନକରିବାରୁ ତାହା ସମ୍ଭବ ହୋଇନଥିଲା।

Advertisment

ହାତୀ ଛୁଆଟିକୁ ତାଳଚେର ରେଞ୍ଜ ବିଟ୍ ହାଉସରେ ରଖାଯାଇଛି। ଦୁଇ ମାସର ଏହି ହାତୀ ଛୁଆଟି ଦୁର୍ବଳ ଦେଖାଯାଉଥିବାରୁ ତାର ଚିକିତ୍ସା କରାଯାଉଛି। ହାତୀ ଛୁଆଟିକୁ କିପରି ହାତୀ ପଲସହ ମିସା ଜିବ ସେନେଇ ପ୍ରୟାସ ଜାରି ରହିଥିବା କହିଛନ୍ତି ଅନୁଗୋଳ ଏସିଏଫ କୃଷ୍ଣଚନ୍ଦ୍ର ସାହୁ।

ରିପୋର୍ଟ- ଅନୁଗୋଳରୁ ବିରଜା ପ୍ରସାଦ ଦାସ

Anugul Elephnt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe