Advertisment

କାବୁହେଲା ଗାଁରେ ବୁଲୁଥିବା ଦନ୍ତା ହାତୀ

ଗୋଠ ଛଡ଼ା ଦନ୍ତା ହାତୀଟି ପଞ୍ଜରା ସାହି ସ୍କୁଲ ନିକଟସ୍ଥ ପଛ ବଣରେ ରହିଥିଲା। ପ୍ରଥମ ଥର ପାଇଁ ହାତୀ ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିଲେ। ହାତୀକୁ ଘଉଡାଇ ଥିଲେ। ଜନ ଗହଳୀ ଦେଖି ହାତୀଟି ଧାନ ବିଲ ଭିତର ଦେଇ ବିରୁହା ପଂଚାୟତ ମୁହାଁ ହୋଇଥିଲା।

Jajpur

Jajpur

Advertisment

ଗାଁରେ ବୁଲୁଥିବା ହାତୀ କାବୁ ହେଲା। ଟ୍ରାଙ୍କୁଲାଇଜ୍‌ କରି କାବୁ କଲା ବନ ବିଭାଗ। ହାତୀକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି। ଆଜି ଏପରି ଖବର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରୁ ଆସିଛି।

Advertisment

ଗୋଠ ଛଡ଼ା ଦନ୍ତା ହାତୀଟି ପଞ୍ଜରା ସାହି ସ୍କୁଲ ନିକଟସ୍ଥ ପଛ ବଣରେ ରହିଥିଲା। ପ୍ରଥମ ଥର ପାଇଁ ହାତୀ ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିଲେ। ହାତୀକୁ ଘଉଡାଇ ଥିଲେ। ଜନ ଗହଳୀ ଦେଖି ହାତୀଟି ଧାନ ବିଲ ଭିତର ଦେଇ ବିରୁହା ପଂଚାୟତ ମୁହାଁ ହୋଇଥିଲା। ଗାଁ ଲୋକଙ୍କଠାରୁ ଖବର ପାଇ ଘଟଣା ସ୍ଥଳରେ ଜଙ୍ଗଲ ବିଭାଗ ଓ ପୁଲିସ ଟିମ୍‌ ପହଞ୍ଚିଥିଲା। ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖିଥିଲା। ହାତୀଟି ଜଙ୍ଗଲକୁ ନଫେରି ବରୀକୁଳ ଅଦୈତ ସାହି ନିକଟ ରାସ୍ତାରେ ବୁଲୁଥିଲା।

ହାତୀ ଜଙ୍ଗଲକୁ ଫେରୁନଥିବାରୁ ବନ ବିଭାଗର ଚିନ୍ତା ବଢ଼ିଥିଲା। ଶେଷରେ ହାତୀକୁ ଶାନ୍ତ କରିବା ପାଇଁ ଟ୍ରାଙ୍କୁଲାଇଜ୍‌ କରିବାକୁ ବନ ବିଭାଗ ନିଷ୍ପତ୍ତି ନେଇଥିଲା। ଅପରାହ୍ନରେ ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ଟ୍ରାଙ୍କୁଲାଇଜ୍‌ ପରେ ହାତୀଟି ଧାନ ବିଲକୁ ପଳାଇ ଯାଇଥିଲା। ତା’ପରେ ବନ କର୍ମଚାରୀ ଓ ଗାଁ ଲୋକେ ହାତୀକୁ ଦଉଡିରେ ବାନ୍ଧି ରାସ୍ତା ଉପରକୁ ଆଣିଥିଲେ। ହାତୀକୁ କେନ୍ଦୁଝର କିମ୍ବା ନନ୍ଦନକାନନରେ ଛଡ଼ା ଯାଇପାରେ ଚର୍ଚ୍ଚା ହେଉଛି।

Advertisment

ରିପୋର୍ଟ-ଯାଜପୁରରୁ ସଞ୍ଜୀବ ନାୟକ

Jajpur Forest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe