Advertisment

ଧାନ ଡୁଲିରେ ରଖିଥିଲେ ୧୦ ହଜାର ଟଙ୍କା; ରାତିରେ ଖାଇଗଲା ହାତୀ

ହାତୀ ପଲ ରବୀନ୍ଦ୍ରଙ୍କ ଘର ଭାଙ୍ଗିବା ପରେ ଉକ୍ତ ଗାଁର ବାବୁରାମ ମୁଣ୍ଡାଙ୍କ ଘରକୁ ଛିନ୍‌ଛତ୍ର କରିଦେଇନ୍ତି। କହିବାକୁ ଗଲେ ବାବୁରାମଙ୍କ ଘରକୁ ପୂରା ଭାଙ୍ଗି ଦେଇଛନ୍ତି। ଆଉ ଘରେ ଥିବା ସବୁ ଖାଦ୍ୟଶଷ୍ୟ ଖାଇ ଦେଇଛନ୍ତି।

undefined

Elephant

Advertisment

ଟଙ୍କା ବହୁ ମୂଲ୍ୟବାନ। ସବୁବେଳେ ଟଙ୍କାକୁ ସାଇତି ରଖାଯାଇଥାଏ। କିଏ ବ୍ୟାଙ୍କରେ ଟଙ୍କା ରଖିଥାଏ ତ ଆଉ କିଏ ଘରେ ବାକ୍ସରେ ରଖିଥାଏ। କାରଣ ଅତି ଦରକାର ବେଳେ କାମରେ ଲାଗିବ। ହେଲେ ଧାନ ଭର୍ତ୍ତି ଡୁଲିରେ କେହି କେବେ ଟଙ୍କା ରଖିଥିବାର ଶୁଣିଛନ୍ତି କି? ବୋଧହୁଏ ନା। କିନ୍ତୁ ଗ୍ରାମାଞ୍ଚଳରେ ଗରିବ ଖଟିଖିଆମାନେ ନିଜର କଷ୍ଟ ଉପାର୍ଜିତ ଟଙ୍କାକୁ ଧାନ ଡୁଲିରେ ରଖିଥିବାର ନଜିର ରହିଛି। ଏମିତି ଜଣେ ଗରିବ ହେଉଛନ୍ତି ରବୀନ୍ଦ୍ର ପାତ୍ର। ଯିଏ ଧାନ ଡୁଲିରେ ୧୦ ହଜାର ଟଙ୍କା ରଖିଥିଲେ। ଯାହାକୁ ଖାଇଗଲେ ହାତୀ।

Advertisment

ପୂରା ଘଟଣାଟି ଏମିତି। କେନ୍ଦୁଝର ଜିଲ୍ଲା ତେଲକୋଇ ବେଣା ଗାଁ ମୁଣ୍ଡା ସାହିର ରବୀନ୍ଦ୍ର ପାତ୍ର ନିଜର କଷ୍ଟ ଉପାର୍ଜିତ ୧୦ ହଜାର ଟଙ୍କା ଧାନ ଭର୍ତ୍ତି ଡୁଲିରେ ରଖିଥିଲେ। ସବୁଦିନ ପରି ରବିବାର ରାତିରେ ପ୍ରବଳ ବର୍ଷା ହେଉଥିବାରୁ ଖାଇପିଇ ଘରେ ଶୋଇଥିଲେ। ତେବେ ବିଳମ୍ୱିତ ରାତିରେ ୫ଟିକିଆ ହାତୀ ପଲ ମୁଣ୍ଡା ସାହିରେ ପଶିଥିଲେ। ସେମାନେ ରବୀନ୍ଦ୍ରଙ୍କ ଘରେ ଶୁଣ୍ଢ ପୂରାଇ ଦେଇଥିଲା। ହାତୀଙ୍କ ଶୁଣ୍ଢ ଦେଖି ଜୀବନ ବିକଳରେ ଘରୁ ପଳାଇ ଯାଇଥିଲେ ରବୀନ୍ଦ୍ର ଓ ତାଙ୍କ ପରିବାର ଲୋକେ। ହାତୀମାନେ ଶୁଣ୍ଢରେ ଧାନ ସହ ଡୁଲିରେ ଥିବା ଟଙ୍କା ଖାଇ ଦେଇଥିବା ରବୀନ୍ଦ୍ରଙ୍କ ପତ୍ନୀ ବେଣା କହିଛନ୍ତି। ହାତୀମାନେ କେବଳ ଧାନ ନୁହେଁ, ଘରେ ଥିବା ଚାଉଳ ମଧ୍ୟ ଖାଇ ଦେଇଛନ୍ତି।

ହାତୀ ପଲ ରବୀନ୍ଦ୍ରଙ୍କ ଘର ଭାଙ୍ଗିବା ପରେ ଉକ୍ତ ଗାଁର ବାବୁରାମ ମୁଣ୍ଡାଙ୍କ ଘରକୁ ଛିନ୍‌ଛତ୍ର କରିଦେଇନ୍ତି। କହିବାକୁ ଗଲେ ବାବୁରାମଙ୍କ ଘରକୁ ପୂରା ଭାଙ୍ଗି ଦେଇଛନ୍ତି। ଆଉ ଘରେ ଥିବା ସବୁ ଖାଦ୍ୟଶଷ୍ୟ ଖାଇ ଦେଇଛନ୍ତି। ହାତୀ ଘର ଭାଙ୍ଗିବା ପରେ ଦୁଇ ପରିବାର ପୂରା ବେସାହାରା ହୋଇ ଯାଇଛନ୍ତି। ବର୍ଷା ଋତୁରେ ରହିବା ପାଇଁ ଘର ଖଣ୍ଡିଏ ନାହିଁ। ତେଣୁ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ଯୋଗାଇଦେବା ପାଇଁ କ୍ଷତିଗ୍ରସ୍ତମାନେ ନିବେଦନ କରିଛନ୍ତି।

Advertisment

ତେବେ ସ୍ଥାନୀୟ ପୂର୍ବତନ ସରପଞ୍ଚ ବନ ବିହାରୀ ନାୟକ କହିଛନ୍ତି, ହାତୀ ପଲ ରବୀନ୍ଦ୍ର ଓ ବାବୁରାମଙ୍କ ଘର ଭାଙ୍ଗି ଦେଇଛନ୍ତି। ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଉ ବୋଲି ସେ ନିବେଦନ କରିଛନ୍ତି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Kendujhar Elephant In Jungle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe