Advertisment

ଗତକାଲି ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା, ଆଜି ଚାଲିଗଲା ଦନ୍ତାର ଜୀବନ

ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରିବା ସମୟରେ ମାତ୍ରାଧିକ ନିଶା ଦେବା ଯୋଗୁ ତାର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

author-image
Tapaswini Nayak
Elephant

Elephant

କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ମୃତ ହାତୀଟିର ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତେବେ ଦନ୍ତା ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Advertisment

ଏହି ଦନ୍ତା ହାତୀଟି ବୌଦ୍ଧ ଜିଲ୍ଲାରେ ବହୁ ଧନ ଜୀବନ ହାନି କରିବା ସହ ଘର ଭାଙ୍ଗିବା ସହ ଫସଲ ହାନି କରି ଆସୁଥିଲା। ଗତକାଲି ବନ ବିଭାଗ ପକ୍ଷରୁ ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରି କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିଲା।  ଆଜି ସକାଳେ ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ହାତୀଟିର କିପରି ମୃତ୍ୟୁ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି।

ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରିବା ସମୟରେ ମାତ୍ରାଧିକ ନିଶା ଦେବା ଯୋଗୁ ତାର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ହେଲେ ଦନ୍ତା ହାତୀଟିର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷରେ ବନ ବିଭାଗରୁ ହାତୀ ମୃତ୍ୟୁକୁ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁଁ। 

Advertisment
Dhenkanal