Advertisment

ମାଈ ହାତୀର ମୃତଦେହ ଠାବ, କାରଣ ଖୋଜୁଛି ବନ ବିଭାଗ

ସମ୍ବଲପୁରର ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଝାଙ୍କରବାହାଲି ବଦୁଆପାଲି ଅଞ୍ଚଳରୁ ଗୋଟିଏ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି।

author-image
Niharika Rout
Elephant Dead

Elephant Dead

ଜଙ୍ଗଲରେ ବୁଲୁ ବୁଲୁ ହଠାତ୍‌ ଟଳି ପଡ଼ିଲା ମାଈ ହାତୀ। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବିଦ୍ୟୁତ୍‌ ଆଘାତରୁ ଜୀବନ ଯାଇଥିବା ଅନୁମାନ କରାଯାଉଛି। ଏପରି ଏକ ଘଟଣା ସମ୍ବଲପୁରରେ ଘଟିଥିବା ବେଳେ ଏହାର କାରଣ ଖୋଜୁଛି ବନ ବିଭାଗ । 

Advertisment

ସମ୍ବଲପୁରର ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଝାଙ୍କରବାହାଲି ବଦୁଆପାଲି ଅଞ୍ଚଳରୁ ଗୋଟିଏ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ବନବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସଂପୃକ୍ତ ହାତୀଟିର ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନଥିଲେ ବି ବିଦ୍ୟୁତ ଆଘାତରେ ଜୀବନ ଯାଇଥିବା ଆଶଙ୍କା କରାଯାଉଛି।

ସମ୍ବଲପୁର DFO ପ୍ରତିକ୍ରିୟା ରଖି କହିଛନ୍ତି, ଘଟଣାର ତଦନ୍ତ କରୁଛନ୍ତି ଜଣେ ଏସିଏଫ୍। ମୃତହାତୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ହାତୀମୃତ୍ୟୁର କାରଣ ସ୍ପଷ୍ଟ ହେବ।

Advertisment
Sambalpur Elephant Death