Advertisment

ମଧ୍ୟାହ୍ନ ଭୋଜନ ଚାଉଳ ଖାଇଗଲେ ହାତୀପଲ

ସ୍ଥାନୀୟ ଅଞ୍ଚଳରେ ଥିବା ଘରକୁ ମଧ୍ୟ ହାତୀ ପଲ ଭାଙ୍ଗି ଦେଇଛନ୍ତି।

Elephant

Elephant

Advertisment

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ବେଶ କିଛି ଦିନ ହେବ ୨୨ଟିକିଆ ହାତୀ ପଲ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ନିକଟସ୍ଥ ସରକାରୀ ବିଦ୍ୟାଳୟର ପାଚେରୀ ଭାଙ୍ଗି ହାତାମାନେ ଷ୍ଟୋରରୁମରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରଖାଯାଇଥିବା ଚାଉଳ ଖାଇ ଯାଇଛନ୍ତି।

Advertisment

ଖାଲି ସେତିକି ନୁହେଁ, ସ୍ଥାନୀୟ ଅଞ୍ଚଳରେ ଥିବା ଘରକୁ ମଧ୍ୟ ହାତୀ ପଲ ଭାଙ୍ଗି ଦେଇଛନ୍ତି। ଏବେ ୨୨ଟି ଯାକ ହାତ ଝାଟିପଡ଼ା ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଜଙ୍ଗଲରେ ରହିଛନ୍ତି। ଗାଁ ନିକଟରେ ହାତୀ ପଲ ବୁଲୁ ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛି। କିନ୍ତୁ ସେମାନଙ୍କ ଗତିପଥକୁ ନିୟନ୍ତ୍ରଣ କରିପାରି ନାହିଁ।

ଗ୍ରାମବାସୀମାନେ ହାତୀ ପଲଙ୍କୁ ଘଉଡ଼ାଇବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲେ ହେଁ ଗତକାଲି ରାତିରେ ସେମାନେ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। କିଛି ଘର ସେମାନେ ଭାଙ୍ଗି ଦେଇଛନ୍ତି। ଏବେ ସ୍ଥାୟୀ ଜଙ୍ଗଲରେ ହାତୀପଲ ରହିଛନ୍ତି।

Advertisment

ସ୍ୱାମ ଗାଁରେ ପଶିବା ସହ କାଲି ରାତିରେ ହାତୀପଲ ସ୍କୁଲରେ ଥିବା ଚାଉଳ ସବୁ ଖାଇ ନଷ୍ଟ କରି ଦେଇଛନ୍ତି। ସ୍ୱାମ ଜଙ୍ଗଲରୁ କେମିତି ହାତୀଗୁଡ଼ିକ ଯିବେ, ସେଥିପାଇଁ ଅଧିକାରୀମାନେ ବ୍ୟବସ୍ଥା କରନ୍ତୁ। କାରଣ ରାତି ହେଲେ ସେମାନେ ଜଙ୍ଗଲରୁ ଗାଁ ମୁହାଁ ହେଉଛନ୍ତି। ଏଥିପ୍ରତି ଅଧିକାରୀମାନେ ତୁରନ୍ତ ଧ୍ୟାନ ଦିଅନ୍ତୁ ବୋଲି ଗ୍ରାମବାସୀମାନେ କହିଛନ୍ତି।

Odisha Elephant Attack Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe