ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳରେ ଆହତ ହାତୀର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ହାତୀଟିର ମୃତ୍ୟୁ ଘଟିଛି। ହାତୀର ଗୋଡ଼ରେ ଆଘାତ ଲାଗିଥିଲା। ଗତ ୩ ଦିନ ହେବ ଦନ୍ତା ହାତୀର ଚିକିତ୍ସା ଚାଲିଥିଲା। ନନ୍ଦନକାନନର ଏକ ବିଶେଷଜ୍ଞ ଟିମ ହାତୀଟିର ଚିକିତ୍ସା କରୁଥିଲେ।
ଆଜି ଭୋରରେ ହାତୀର ମୃତ୍ୟୁ ହୋଇଛି। କିଛିଦିନ ତଳେ ହାତୀଟି ଜଙ୍ଗଲରେ ଛୋଟେଇ ଛୋଟେଇ ଚାଲୁଥିବା ବେଳେ ଗ୍ରାମହାସୀମାନେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ପରେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ଚିକିତ୍ସା କରୁଥିଲେ।
ସୂଚନାଯୋଗ୍ୟ, କିଛି ମାସ ତଳେ ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟ ସୋର ବନାଞ୍ଚଳ ଖୁଣ୍ଟାପଟଣା ବିଟ୍ ହାଉସ ଅଧୀନ ଦଶନ୍ଦେହି ପାହାଡ଼ ପାଦଦେଶରେ ଅସୁସ୍ଥ ମାଈ ହାତୀଟିର ମୃତ୍ୟୁ ହୋଇଥିଲା। ଚିକିତ୍ସଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ଘଟିଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Miscellaneous
ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ
ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।
Miscellaneous
ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ
ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।
Miscellaneous
ଜାନୁଆରୀ ୧୮ରୁ ହୀରାକୁଦ ଡ୍ୟାମରେ ବିଦେଶୀ ପକ୍ଷୀ ଗଣନା
ବିଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି।
Miscellaneous
ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ଭୁବନେଶ୍ୱରରେ ପଥଉତ୍ସବ ସହ ରାତିରେ ଖୋଲା ରହିବ ମାର୍କେଟ
ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଆୟୋଜନ ହେବ ପ୍ରବାସୀ ଭାରତୀୟ ଦିବସ। ସମାରୋହ ପାଇଁ ଭୁବନେଶ୍ୱର ସହରର ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି।