Advertisment

ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ

ଗତ ୩ ଦିନ ହେବ ଅସୁସ୍ଥ ଦନ୍ତା ହାତୀର ଚିକିତ୍ସା ଚାଲିଥିଲା।

Elephant

Elephant

Advertisment

ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳରେ ଆହତ ହାତୀର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ହାତୀଟିର ମୃତ୍ୟୁ ଘଟିଛି। ହାତୀର ଗୋଡ଼ରେ ଆଘାତ ଲାଗିଥିଲା। ଗତ ୩ ଦିନ ହେବ ଦନ୍ତା ହାତୀର ଚିକିତ୍ସା ଚାଲିଥିଲା। ନନ୍ଦନକାନନର ଏକ ବିଶେଷଜ୍ଞ ଟିମ ହାତୀଟିର ଚିକିତ୍ସା କରୁଥିଲେ।

Advertisment

ଆଜି ଭୋରରେ ହାତୀର ମୃତ୍ୟୁ ହୋଇଛି। କିଛିଦିନ ତଳେ ହାତୀଟି ଜଙ୍ଗଲରେ ଛୋଟେଇ ଛୋଟେଇ ଚାଲୁଥିବା ବେଳେ ଗ୍ରାମହାସୀମାନେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ପରେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ଚିକିତ୍ସା କରୁଥିଲେ।

ସୂଚନାଯୋଗ୍ୟ,  କିଛି ମାସ ତଳେ  ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟ ସୋର ବନାଞ୍ଚଳ ଖୁଣ୍ଟାପଟଣା ବିଟ୍‌ ହାଉସ ଅଧୀନ ଦଶନ୍ଦେହି ପାହାଡ଼ ପାଦଦେଶରେ ଅସୁସ୍ଥ ମାଈ ହାତୀଟିର ମୃତ୍ୟୁ ହୋଇଥିଲା। ଚିକିତ୍ସଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ଘଟିଥିଲା।

Advertisment
Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe