ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟ ସୋର ବନାଞ୍ଚଳ ଖୁଣ୍ଟାପଟଣା ବିଟ୍ ହାଉସ ଅଧୀନ ଦଶନ୍ଦେହି ପାହାଡ଼ ପାଦଦେଶରେ ଗତ ଚାରି ଦିନ ଧରି ରହୁଥିବା ଅସୁସ୍ଥ ମାଈ ହାତୀଟିର ମୃତ୍ୟୁ ହୋଇଯାଇଛି।
ଗତ ୨୬ ତାରିଖରେ ଦନ୍ତୁରୁ ବିଟ୍ କର୍ମଚାରୀ ଏହି ହାତୀକୁ ଅସୁସ୍ଥ ଅବସ୍ଥାରେ ଦେଖି ଉପର ଅଧିକାରୀମାନଙ୍କୁ ଖବର ଦେଇଥିଲେ। ବାଲେଶ୍ଵର ଏସିଏଫ ଦିଗନ୍ତ ସୌମ୍ୟ ଚାନ୍ଦ, ଔପଦା ରେଞ୍ଜର ମନୋରଞ୍ଜନ ନାୟକ ଓ ଖୁଣ୍ଟାପଟଣା ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁ ପ୍ରମୁଖଙ୍କ ସହିତ ସବୁଜବାହିନୀ କର୍ମଚାରୀମାନେ ହାତୀର ଗତିବିଧି ଉପରେ ନଜର ରଖିଥିଲେ। ବାରିପଦାରୁ ଏକ ଚିକିତ୍ସକ ଟିମ୍ ଆସି ହାତୀର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପ୍ରୟାସ ଜାରି ରଖିଥିଲେ।
Also Read
ହାତୀର ମଳ ପରୀକ୍ଷା ପରେ ତା’ର ଅସୁସ୍ଥତାର କାରଣ ଜଣାପଡ଼ିବ ବୋଲି ଡାକ୍ତର କହିଥିବା ବେଳେ ଆଜି ହାତୀଟିର ମୃତ୍ୟୁ ଘଟିଛି। ବାଘଆମ୍ପୁଡ଼ା ବିଟ୍ ଅଧୀନ ଦିଗି ଭଅଁରା ଜଙ୍ଗଲରେ ହାତୀଟିର ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହାତୀଟିର ଅସୁସ୍ଥତାର କାରଣ ଜଣାପଡ଼ିବ ବୋଲି ବନ ବିଭାଗ ଅଧିକାରୀମାନେ କହିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ, ଆସନ୍ତାକାଲି ବନ୍ଦ ରହିବ
ପ୍ରଥମ ଦିନରେ ୧୫ରୁ ୨୦ଜଣ ଶ୍ରମିକଙ୍କ ସହ ଭଣ୍ଡାର ଗୃହକୁ ପ୍ରବେଶ କରିଥିଲେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଟେକ୍ନିକାଲ ଟିମ୍।
Miscellaneous
ଆକ୍ସନ ମୁଡ୍ରେ ମୋହନ ସରକାର: ୩ ବିଭାଗର ସଚିବ ପଦରୁ ବିଦା ହେଲେ ବିଷ୍ଣୁପଦ
୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ଅନୁସୂଚିତ ଜାତି,ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଆ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ପଦରୁ ହଟାଇ ଦିଆଯାଇଛି ।
Miscellaneous
ସୁବର୍ଣ୍ଣରେଖାରେ ବହୁମୁଖୀ ବନ୍ଦର ନିର୍ମାଣକୁ ତୀବ୍ର ବିରୋଧ
ଜନଶୁଣାଣିରେ ଉଭୟ ବନ୍ଦର ସପକ୍ଷବାଦୀ ଓ ବିପକ୍ଷବାଦୀ ନିଜ ନିଜ ମତ ରଖିଥିଲେ। ୧୯ପ୍ଲାଟୁନ ଫୋର୍ସ ସହ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସ୍ପି ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
Miscellaneous
୭ ଦିନ ହେଲା ମଣ୍ଡିରେ ପଡିଛି ଧାନ, ନେବାକୁ କେହି ଆସୁନାହାନ୍ତି
ରେଢାଖୋଲ ବ୍ଲକ୍ରେ ରହିଛି ବଡମାଲ ଧାନ ମଣ୍ଡି। ଏଠାରେ ଧାନ ବିକିବା ପାଇଁ ୨୭ ଜଣ ଚାଷୀ ଆଜିକୁ ୭ ଦିନ ତଳେ ପ୍ରାୟ ୩୧୦୦ କ୍ୱିଣ୍ଟାଲ୍ ଧାନ ଧରି ଆସିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଧାନ କିଣିବା ପାଇଁ ନିୟୋଜିତ ମିଲରଙ୍କ ଦେଖା ଦର୍ଶନନାହିଁ।
Miscellaneous
ପୁଲିସ୍ ଡ୍ରାଇଭର ନିଯୁକ୍ତିରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଗତ ଅକ୍ଟୋବର ୭ ତାରିଖରେ ଓଡ଼ିଶା ପୁଲିସରେ ୪୦୫ଟି ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ପୁଲିସ ସିଲେକ୍ସନ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।