Elephant
ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟ ସୋର ବନାଞ୍ଚଳ ଖୁଣ୍ଟାପଟଣା ବିଟ୍ ହାଉସ ଅଧୀନ ଦଶନ୍ଦେହି ପାହାଡ଼ ପାଦଦେଶରେ ଗତ ଚାରି ଦିନ ଧରି ରହୁଥିବା ଅସୁସ୍ଥ ମାଈ ହାତୀଟିର ମୃତ୍ୟୁ ହୋଇଯାଇଛି।
ଗତ ୨୬ ତାରିଖରେ ଦନ୍ତୁରୁ ବିଟ୍ କର୍ମଚାରୀ ଏହି ହାତୀକୁ ଅସୁସ୍ଥ ଅବସ୍ଥାରେ ଦେଖି ଉପର ଅଧିକାରୀମାନଙ୍କୁ ଖବର ଦେଇଥିଲେ। ବାଲେଶ୍ଵର ଏସିଏଫ ଦିଗନ୍ତ ସୌମ୍ୟ ଚାନ୍ଦ, ଔପଦା ରେଞ୍ଜର ମନୋରଞ୍ଜନ ନାୟକ ଓ ଖୁଣ୍ଟାପଟଣା ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁ ପ୍ରମୁଖଙ୍କ ସହିତ ସବୁଜବାହିନୀ କର୍ମଚାରୀମାନେ ହାତୀର ଗତିବିଧି ଉପରେ ନଜର ରଖିଥିଲେ। ବାରିପଦାରୁ ଏକ ଚିକିତ୍ସକ ଟିମ୍ ଆସି ହାତୀର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପ୍ରୟାସ ଜାରି ରଖିଥିଲେ।
ହାତୀର ମଳ ପରୀକ୍ଷା ପରେ ତା’ର ଅସୁସ୍ଥତାର କାରଣ ଜଣାପଡ଼ିବ ବୋଲି ଡାକ୍ତର କହିଥିବା ବେଳେ ଆଜି ହାତୀଟିର ମୃତ୍ୟୁ ଘଟିଛି। ବାଘଆମ୍ପୁଡ଼ା ବିଟ୍ ଅଧୀନ ଦିଗି ଭଅଁରା ଜଙ୍ଗଲରେ ହାତୀଟିର ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହାତୀଟିର ଅସୁସ୍ଥତାର କାରଣ ଜଣାପଡ଼ିବ ବୋଲି ବନ ବିଭାଗ ଅଧିକାରୀମାନେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Elephant_1698568570.jpg)