Advertisment

ରାତିଅଧରେ ଗାଁରେ ପଶିଲେ ହାତୀ ପଲ; ଘର ଛାଡ଼ି ପଳାଇଲେ ଗ୍ରାମବାସୀ

ଗତକାଲି ରାତିରେ ହାତୀ ପଲ ମଗରମୁଣ୍ଡା ଗାଁ ଭିତରକୁ ଆସି ପଶି ଭଙ୍ଗାରୁଜା କରିଥିଲେ।

author-image
Tapaswini Nayak
 Elephant Menace

Elephant Menace

ରାତିଅଧରେ ଗାଁରେ ପଶି ଘର ଭାଙ୍ଗିଲେ ହାତୀ ପଲ। ଭୟବୀତ ହୋଇ ଗାଁ ଛାଡ଼ି ପଳାଇଲେ ଗ୍ରାମବାସୀ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ମଗରମୁଣ୍ଡା ଗାଁରେ।

Advertisment

ଗତକାଲି ରାତିରେ ହାତୀ ପଲ ମଗରମୁଣ୍ଡା ଗାଁ ଭିତରକୁ ଆସି ପଶି ଭଙ୍ଗାରୁଜା କରିଥିଲେ। ଗ୍ରାମବାସୀମାନେ ହାତୀ ଭୟରେ ପିଲାଛୁଆ ଧରି  ଗାଁ  ଛାଡ଼ି ପଳାଇ ଯାଇଥିଲେ। ଏଥିସହ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ହାତୀ ପଲଙ୍କୁ ଘଉଡାଇଥିଲେ। ହାତୀ ପଲ ଗାଁରେ ପଶି ଘର ଭାଙ୍ଗିବା ସହ ଆସବାପତ୍ର ସବୁ ନଷ୍ଟ କରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିସହ ସହ ଧାନ ଓ ଚାଉଳକୁ ଖାଇ ନଷ୍ଟ କରି ଦେଇଛନ୍ତି।

ହାତୀ ପଲ ଦିନରେ ଧରିଣୀ ଧର ପାଲି ଜଙ୍ଗଲ ରହୁଥିବା ବେଳେ ରାତିରେ ଗାଁରେ ପଶି ଘର ଭାଙ୍ଗିବା ସହ ଚାଷ ଜମି ପଶି ନଷ୍ଟ କରୁଛନ୍ତି। ଗ୍ରାମଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବନ ବିଭାଗ କୌଣସି ଠୋସ୍ ପଦକ୍ଷେପ ନେଉନଥିବା ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। 

Advertisment
Elephant Menace