Advertisment

ପର କରିଦେଲା ମା’, ଆଖିରୁ ଲୁହ ଗଡ଼ାଉଛି ଛୁଆ ହାତୀ

ବର୍ଷା ରାତିକୁ ତୁହାକୁ ତୁହା ବିଜୁଳି ଓ ଘଡ଼ଘଡ଼ି ମାରୁଥିବା  ମୁହଁ ବୁଲାଇ ଚାଲିଗଲା ମା’ । ଫଳରେ ହାତୀ ଛୁଆକୁ ଅସୁସ୍ଥତା ଅପେକ୍ଷା  ଅଧିକ କଲବଲ କରୁଛି ମା’ର ଅଭାବ ।

Elephant

Elephant

Advertisment

ଯିଏ ମା’କୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ବି ବଞ୍ଚିବା ଶିଖିନି, ତାକୁ ପର କରି ଚାଲିଗଲା ମା’ । ବର୍ଷା ରାତିକୁ ତୁହାକୁ ତୁହା ବିଜୁଳି ଓ ଘଡ଼ଘଡ଼ି ମାରୁଥିବା  ମୁହଁ ବୁଲାଇ ଚାଲିଗଲା ମା’ । ଫଳରେ ସମ୍ପୂର୍ଣ୍ଣ ବେସାହରା ହୋଇ ପଡ଼ିଥିବା ହାତୀ ଛୁଆକୁ ଅସୁସ୍ଥତା ଅପେକ୍ଷା  ଅଧିକ କଲବଲ କରୁଛି ମା’ର ଅଭାବ । ଏପରି ହୃଦୟହୀନା ମା’କୁ ମନେ ପକାଇ ଛୋଟ ହାତୀଟି ଆଖିରୁ ଲୁହ ଗଡ଼ାଉଥିବା ବେଳେ ତାକୁ ଜଗି ରହିଛନ୍ତି ସ୍ଥାନୀୟ ଲୋକେ। ଏପରି ଏକ ହୃଦୟସ୍ପର୍ଶୀ ଘଟଣା ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକର ଜାମୁତି ମୁଣ୍ଡାସାହି ନିକଟରେ ଘଟିଛି।

Advertisment

ପ୍ରାୟ ମାସେ ହେବ ଏକ ୨୩ଟିକିଆ ଝାଡ଼ଖଣ୍ଡି ହାତୀପଲ ଆସି କରଞ୍ଜିଆ ଅଞ୍ଚଳରେ ଉତ୍ପାତ କରୁଛନ୍ତି। ହାତୀପଲ ଘର ଭାଙ୍ଗିବା ସହ ଚାଷ ଜମି ନଷ୍ଟଭ୍ରଷ୍ଟ କରି ଦେଉଥିବା ବେଳେ ଏଥିଯୋଗୁ ଅତିଷ୍ଠ ହୋଇ ଯାଇଥିଲେ ଲୋକେ।

ଏପରିକି ବନ କର୍ମଚାରୀ ଏହି ହାତୀପଲଙ୍କ ଉପରେ ନଜର ରଖୁ ନ ଥିବା ବେଳେ ସେମାନଙ୍କୁ ଘଉଡ଼ାଉ ନ ଥିବା ଉତ୍ତ୍ୟକ୍ତ ଲୋକେ ବାରମ୍ବାର ଅଭିଯୋଗ କରି ଆସିଛନ୍ତି। ହାତୀଙ୍କ ଉତ୍ପାତ ଅସହ୍ୟ ହେବାରୁ ଗତ ୧୫ ତାରିଖରେ ଦୁଧିଆଣି ରେଞ୍ଜର ଡୁମୁରିଆ ଅଞ୍ଚଳରେ କିଛି ଲୋକ ହାତୀଙ୍କ ଉପରକୁ ନିଆଁ ହୁଳା ଥିବା ମାଡ଼ କରିଥିଲେ। ଉକ୍ତ ସମୟରେ ହାତୀ ପଲରେ ଏହି ଛୋଟ ହାତୀ ବି ଥିବା ଜଣାଯାଇଛି। ହାତୀଟିର ଶରୀରର ବିଭିନ୍ନ ସ୍ଥାନରେ ନିଆଁ ହୁଲା ଛିଟିକି ପଡ଼ିବାରୁ ଚିହ୍ନ ହୋଇଥିବା ଦେଖିବାକୁ ମିଳିଛି। ଉପଯୁକ୍ତ ଚିକିତ୍ସା ଅଭାବରୁ ତାହା କ୍ରମଶଃ ‍ବଢ଼ିବାକୁ ଲାଗୁଥିବା ବେଳେ ହାତୀଟି ଅସୁସ୍ଥତା ହେତୁ ଅଧିକ ବାଟ ଚାଲି ପାରୁ ନ ଥିଲା।

Advertisment

ଏହାମଧ୍ୟରେ ହାତୀପଲ ଝାଡ଼ଖଣ୍ଡମୁହାଁ ହୋଇଥିବା ବେଳେ ଅସୁସ୍ଥ ହାତୀକୁ ଜାମୁତି ମୁଣ୍ଡାସାହି ନିକଟରେ ଛାଡ଼ି ପଳାଇଛି ମା’ । ଏକ ଛୋଟ ହାତୀ ବିଲ ମଝିରେ ପଡ଼ିଥିବା ଖବର ପାଇ ବନ କର୍ମଚାରୀ ପହଞ୍ଚି ତାକୁ ନିକଟସ୍ଥ ଅଙ୍ଗନଓୱାଡି କେନ୍ଦ୍ରରେ ରଖି ଚିକିତ୍ସା କରୁଛନ୍ତି।

ହାତୀଟି ସୁସ୍ଥ ହେବା ପରେ ତାକୁ ପୁଣି ଥରେ ତା’ ମା’ ନିକଟରେ ଛଡ଼ାଯିବ, ନା ନନ୍ଦନକାନନରେ ଛଡ଼ାଯିବ ସେ ନେଇ ବନ କର୍ମଚାରୀ କିଛି କହୁ ନାହାନ୍ତି।

Elephant Rescue Operation Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe