Advertisment

ଫିଲ୍ମ ପରି ଲାଗୁଥିବା ଦୃଶ୍ୟ ସତ; ପଡ଼ିଆରେ ହାତୀ ଖେଳିଲା ଫୁଟ୍‌ବଲ୍‌

ହାତୀଟି ଶାନ୍ତସିଷ୍ଟ ହୋଇ ଫୁଟ୍‌ ବଲ ପାଖକୁ ଆସିଥିଲା। ପ୍ରଥମେ ବଲ୍‌କୁ ଶୁଣ୍ଢରେ ଗଡ଼ା ଥିଲା। କିଛି ବାଟ୍‌ ନେବା ପରେ ଗୋଡରେ ମାରିଥିଲା କିକ୍‌। ତା’ପରେ ଛୋଟ ପିଲାଟିଏ ପରି ଶୁଣ୍ଢ ହଲାଇ ହଲାଇ ପଡ଼ିଆର ଏ ମୁଣ୍ଡରୁ ସେ ମୁଣ୍ଡକୁ ଦୌଡ଼ିଥିଲା।

ଅଦ୍ୟତନ ହୋଇଛି
Elephant

Elephant

Advertisment

ହିନ୍ଦୀ ଚଳଚ୍ଚିତ୍ର ‘ମେ ଓର ମେରା ହାତୀ’ ଦେଖିଥିବେ। ସେଥିରେ ହାତୀ କୌତୁହଳ କ୍ରୀଡ଼ା ଦେଖାଉଛି। ଆଉ ମଜା ମଜଲିସ୍‌ କରିବା ସହିତ ପିଲାଙ୍କ ସାଙ୍ଗରେ ଫୁଟ୍‌ବଲ୍‌  ଖେଳୁଥିବା ଦେଖିବାକୁ ପାଇଥିବେ। ଠିକ୍ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝରର ବର୍ଦ୍ଧନା ଜଙ୍ଗଲରେ। ଗୋଟିଏ ବଣୁଆ ଦନ୍ତାହାତୀ ପଡ଼ିଆରେ ପିଲାଙ୍କଠାରୁ ଫୁଟ୍‌ବଲ ନେଇ କିକ୍‌ ମାରିଥିଲା। ପ୍ରାୟ ୪୦ ମିନିଟ୍‌ ଧରି ହାତୀ ପଡ଼ିଆର ଏ ମୁଣ୍ଡରୁ ସେ ମୁଣ୍ଡକୁ ବଲ୍‌ ଗଡ଼ାଇ ଥିଲା। ଆଉ ଦେଖଣାହାରି ସାଜିଥିଲେ ପିଲା। 

Advertisment

ଚମ୍ପୁଆ ରେଞ୍ଜ ବର୍ଦ୍ଧନା ଜଙ୍ଗଲ। ସେହି ଜଙ୍ଗଲରେ ଏବେ ଅଛନ୍ତି ୩୨ ଟିକିଆ ହାତୀ ପଲ। ଦୁଇ ତଳେ ଅପରାହ୍ନ ପ୍ରାୟ ୩ଟା ବେଳେ ଜଙ୍ଗଲ ପାର୍ଶ୍ୱ ପଡ଼ିଆରେ କିଛି ପିଲା ଫୁଟ୍‌ବଲ ଖେଳୁଥିଲେ। ଠିକ୍‌ ସେହି ସମୟରେ ଜଙ୍ଗଲରେ ଥିବା ଗୋଟିଏ ଦନ୍ତା ପଡ଼ିଆ ଭିତରକୁ ଆସିଥିଲା। ହାତୀକୁ ଦେଖି ପିଲାମାନେ ଭୟଭୀତ ହୋଇଯାଇଥିଲେ। ଫୁଟ୍‌ବଲ୍‌କୁ ଛାଡ଼ି ପଡ଼ିଆର ଗୋଟିଏ ପାର୍ଶ୍ୱକୁ ପଳାଇ ଆସିଥିଲା।

ହାତୀଟି ଶାନ୍ତସିଷ୍ଟ ଖେଳାଳିଟିଏ ପରି ଫୁଟ୍‌ବଲ ପାଖକୁ ଆସିଥିଲା। ପ୍ରଥମେ ବଲ୍‌କୁ ଶୁଣ୍ଢରେ ଗଡ଼ାଇ ଥିଲା। କିଛି ବାଟ ସେମିତି ନେବା ପରେ ଗୋଡ଼ରେ ମାରିଥିଲା କିକ୍‌। ତା’ପରେ ଛୋଟ ପିଲାଟିଏ ପରି ଶୁଣ୍ଢ ହଲାଇ ହଲାଇ ପଡ଼ିଆର ଏ ମୁଣ୍ଡରୁ ସେ ମୁଣ୍ଡକୁ ଦୌଡ଼ିଥିଲା। ସେଠାରେ ପୁଣି ଥରେ ବଲ୍‌କୁ କିକ୍‌ ମାରିଥିଲା। ଆଉ ମଝିରେ ମଝିରେ ପିଲାମାନଙ୍କୁ ଅନାଉଥିଲା। ତା’ ଇସାରା ବୋଧହୁଏ ଖେଳିବା ପାଇଁ ନିମନ୍ତ୍ରଣ ହୋଇପାରେ। ହେଲେ ସୁରକ୍ଷା ଦୃଷ୍ଟିରୁ ପିଲାମାନେ ତା’ ସହିତ ଖେଳିବାକୁ ପଡ଼ିଆ ମଝିକୁ ଆସିନଥିଲା। ପ୍ରାୟ ୪୦ ମିନିଟ୍‌ ଧରି ପଡ଼ିରେ ଖେଳିଥିଲା ହାତୀ। ସଞ୍ଜ ନଇଁବା ପୂର୍ବରୁ ବଲ୍‌କୁ ପିଲାମାନଙ୍କ ଆଡ଼କୁ କିକ୍‌ ମାରି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା ଦନ୍ତା ହାତୀ।

Advertisment

ଦନ୍ତା ହାତୀର ସେ ଦୃଶ୍ୟ ସତେ ଯେମିତି ତାଜା କରିଛି ‘ମେ ଓର ମେରା ହାତୀ’ ହିନ୍ଦୀ ଚଳଚ୍ଚିତ୍ରକୁ। ସେହି ଫିଲ୍ମରେ ସୁପରଷ୍ଟାର ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ସାଥୀ ବନିଥିଲା ହାତୀ। ହାତୀଟି ତାଙ୍କ ସାଙ୍ଗରେ ଘରେ ରହୁଥିଲା। ତାଙ୍କ ପିଲାଙ୍କ ସହିତ ଫୁଟ୍‌ବଲ୍‌ ଖେଳୁଥିଲା ଓ ଶୁଣ୍ଢ ହଲାଇ ନାଚୁଥିଲା। ଯାହା ଦର୍ଶକଙ୍କୁ ବାନ୍ଧି ରଖିଥିଲା। ୧୯୮୧ ମସିହାରେ ରିଲିଜ୍‌ ହୋଇଥିବା ସେହି ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଥିଲା। ଆଉ ଆଜିର ଏ ଦୃଶ୍ୟ ତାଜା କରିଛି ସେହି ଫିଲ୍ମକୁ।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Kendujhar Elephant In Jungle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe