Advertisment

ରାତିରେ କୂଅରେ ଗଳି ପଡ଼ିଥିଲା ହାତୀ...

ଆଜି ସକାଳେ ବନ ବିଭାଗର କର୍ମଚାରୀମାନେ ଜାଣିପାରି ତେଲକୋଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି କୂଅର ଗୋଟିଏ ପାର୍ଶ୍ୱରେ ଜେସିବି ମାଧ୍ୟମରେ ଖୋଳିଥିଲେ।

Elephant

Elephant

Advertisment

ରାତିରେ ଖୋଲା କୂଅରେ ଗଳି ପଡ଼ିଥିଲା ହାତୀ। ଆଜି କୂଅରୁ ବାହାର କଲା ବନ ବିଭାଗ। କୂଅରୁ ବାହାରିବା ପରେ ହାତୀଟି ନିଜ ସାଥୀଙ୍କ ସହିତ ଜଙ୍ଗଲକୁ ପଳାଇଥିବା ଜଣାପଡ଼ିଛି। ଏପରି ଘଟଣା କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ଘଟିଛି।

Advertisment

ସୋମବାର ବିଳମ୍ୱିତ ରାତିରେ ଢେଙ୍କାନାଳ ଜିଲ୍ଲା ମହାବୀରରୋଡ୍‌ ଅଞ୍ଚଳରୁ ଏକ ୮ଟିକିଆ ହାତୀପଲ ତେଲକୋଇ ବନାଞ୍ଚଳକୁ ଆସିଥିଲେ। ହାତୀମାନେ ପାଟଖଳି ଗାଁ ପାର୍ଶ୍ୱରେ ଥିବା ଚାଷ ଜମିରେ ଧାନ ଫସଲ ଖାଇଥିଲେ। ଗାଁ ଲୋକେ ଜାଣିପାରି ହାତୀ ପଲକୁ ଘଉଡ଼ାଇଥିଲେ। ହାତୀ ପଲ ଅନ୍ୟ ଅଞ୍ଚଳକୁ ପଳାଇଲା ବେଳେ ଗୋଟିଏ ହାତୀ ଖୋଲା କୂଅରେ ଗଳି ପଡ଼ିଥିଲା।

ଆଜି ସକାଳେ ବନ ବିଭାଗର କର୍ମଚାରୀମାନେ ଜାଣିପାରି ତେଲକୋଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି କୂଅର ଗୋଟିଏ ପାର୍ଶ୍ୱରେ ଜେସିବି ମାଧ୍ୟମରେ ଖୋଳିଥିଲେ। ତା’ପରେ ହାତୀଟି କୂଅରୁ ବାହାରି ପାରିଥିଲା। ହାତୀଟି କିଛି ଦୂରରେ ଥିବା ଅନ୍ୟ ହାତୀଙ୍କ ସହିତ ମିଶି ଯାଇଥିଲା। ହାତୀଟି ସୁସ୍ଥ ଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Elephant Rescue Operation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe